ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୬୦ ବଖରା ଘର

ବାରିପଦା: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬୦ ବଖରା ଘର I ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ଟି ପରିବାରର ୬୦ ବଖରାରୁ ଉର୍ଦ୍ଧ୍ୱ ଘର ଜଳିଯିବା ସାଙ୍ଗକୁ ଘରେ ଥିବା ନଗଦ ଟଙ୍କାପଇସା, ଧାନଚାଉଳ, ଦରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି । ଆଜି ସକାଳେ ପ୍ରଥମେ ବିନ୍ଧାଣି ସାହିରେ ଜଣଙ୍କ ଘରେ ନିଆଁ […]

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୬୦ ବଖରା ଘର
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୬୦ ବଖରା ଘର

ବାରିପଦା: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬୦ ବଖରା ଘର I ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ଟି ପରିବାରର ୬୦ ବଖରାରୁ ଉର୍ଦ୍ଧ୍ୱ ଘର ଜଳିଯିବା ସାଙ୍ଗକୁ ଘରେ ଥିବା ନଗଦ ଟଙ୍କାପଇସା, ଧାନଚାଉଳ, ଦରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି । ଆଜି ସକାଳେ ପ୍ରଥମେ ବିନ୍ଧାଣି ସାହିରେ ଜଣଙ୍କ ଘରେ ନିଆଁ ଲାଗିଥିଲା ଏହାପରେ ନିଆଁ ସାରା ସାହିକୁ ବ୍ୟାପି ଯାଇଥିଲା ଇ ସ୍ଥାନୀୟ ଲୋକ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ବେତନଟୀ ଓ ବଡ଼ ସାହିରୁ ୩ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I