ପରକିୟା ସମ୍ପର୍କ ପାଇଁ ସ୍ବାମୀଙ୍କ ସହ ଝଗଡ଼ା କରି ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ିଗଲେ ଉତ୍ତରପ୍ରଦେଶ ମହିଳା
ନୂଆଦିଲ୍ଲ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଜଣେ ମହିଳାଙ୍କର ପରକିୟା ସମ୍ପର୍କ ପାଇଁ ତାଙ୍କ ସ୍ବାମୀଙ୍କ ସହ ପ୍ରବଳ ଝଗଡ଼ା ହେବାରୁ ସେ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ି ଯାଇଥିାଲେ। ୩୪ ବର୍ଷୀୟା ମହିଳା ଜଣଙ୍କ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ି ହାଇ ଭୋଲ୍ଟେଜ ତାର ଛୁଇଁ ନିଜ ଜୀବନ ହାରିଦେବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ ଏଠାରେ ଉପସ୍ଥିତ ଥିବା ଲୋକମାନେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ସଙ୍ଗେସଙ୍ଗେ ସ୍ଥାନୀୟ ବିଦ୍ୟୁତ ବିଭାଗ ମହିଳାଙ୍କ […]

ନୂଆଦିଲ୍ଲ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଜଣେ ମହିଳାଙ୍କର ପରକିୟା ସମ୍ପର୍କ ପାଇଁ ତାଙ୍କ ସ୍ବାମୀଙ୍କ ସହ ପ୍ରବଳ ଝଗଡ଼ା ହେବାରୁ ସେ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ି ଯାଇଥିାଲେ। ୩୪ ବର୍ଷୀୟା ମହିଳା ଜଣଙ୍କ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ି ହାଇ ଭୋଲ୍ଟେଜ ତାର ଛୁଇଁ ନିଜ ଜୀବନ ହାରିଦେବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ ଏଠାରେ ଉପସ୍ଥିତ ଥିବା ଲୋକମାନେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ସଙ୍ଗେସଙ୍ଗେ ସ୍ଥାନୀୟ ବିଦ୍ୟୁତ ବିଭାଗ ମହିଳାଙ୍କ ଜୀବନ ବଞ୍ଚାଇବାପାଇଁ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଥିଲେ। ଗୋରଖପୁରର ପିପରେଚ ଅଞ୍ଚଳରେ ଏହି ଘଟଣା ଘଟିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଖୁଣ୍ଟି ଉପରକୁ ଚଢ଼ି ଯାଇଛନ୍ତି ଏବଂ ତଳେ ଥିବା ଲୋକମାନେ ତାଙ୍କୁ ଓହ୍ଲାଇ ଆସିବାପାଇଁ ଅନୁରୋଧ କରୁଛନ୍ତି। ପୁଲିସ ଅନୁଯାୟୀ ଉକ୍ତ ମହିଳାଙ୍କ ନାମ ସୁମନ ଦେବୀ (୩୪)। ସେ ୩ ସନ୍ତାନଙ୍କର ମା’। ସେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ତାଙ୍କ ସ୍ବାମୀ ଏକଥା ଜାଣିବାପରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସୁମନ ମଧ୍ୟ ତାଙ୍କ ପ୍ରେମିକଙ୍କୁ ନିଜ ଘରେ ରଖିବାକୁ ଚାହିଥିଲେ। କିନ୍ତୁ ତାଙ୍କ ସ୍ବାମୀ ଏହି କଥାରେ ରାଜି ନହେବାରୁ ସେମାନଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା।