କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼
ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ ଦୁଇଜଣ ଶ୍ରମିକଙ୍କୁ ସେମାନଙ୍କର ପ୍ୟାଣ୍ଟ, ସାର୍ଟ ଖୋଲି ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯାଇଥିଲା। କାରଖାନାରେ ଜଣେ ସୁରକ୍ଷା କର୍ମଚାରୀ ଓ ଅନ୍ୟଜଣେ ଚାଳକ ମିଶି ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଭାବେ ଆହତ ହୋଇଥିବା ଉଭୟ ଶ୍ରମିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। […] The post କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ appeared first on Dharitri Odia News.
ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ ଦୁଇଜଣ ଶ୍ରମିକଙ୍କୁ ସେମାନଙ୍କର ପ୍ୟାଣ୍ଟ, ସାର୍ଟ ଖୋଲି ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯାଇଥିଲା। କାରଖାନାରେ ଜଣେ ସୁରକ୍ଷା କର୍ମଚାରୀ ଓ ଅନ୍ୟଜଣେ ଚାଳକ ମିଶି ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଭାବେ ଆହତ ହୋଇଥିବା ଉଭୟ ଶ୍ରମିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
ଏହି ଘଟଣାରେ ମଙ୍ଗଳବାର ମୋଟଙ୍ଗା ଥାନା ପୋଲିସ କାରଖାନାର ସୁରକ୍ଷା କର୍ମଚାରୀ ବୋଗା ଓରଫ୍ ଅଜିତ୍ କୁମାର ପଣ୍ଡା(୩୫), ଅନ୍ୟତମ ସୁରକ୍ଷା କର୍ମଚାରୀ ବସନ୍ତ କୁମାର ମଲ୍ଲିକ(୫୨)ଙ୍କ ସହ ଗାଡି ଚାଳକ ଅମୂଲ୍ୟ ଭୁତିଆ(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୁରକ୍ଷା କର୍ମଚାରୀ ଅଜିତଙ୍କ ଘର ମୋଟଙ୍ଗା ଥାନା ଓଡ଼ାପଡ଼ା ଗ୍ରାମରେ ହୋଇଥିବା ବେଳେ ଚାଳକ ଅମୂଲ୍ୟଙ୍କ ଘର ତାଳଚେର ଥାନା ରାମଚନ୍ଦ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଅନ୍ୟତମ ସୁରକ୍ଷା କର୍ମଚାରୀ ବସନ୍ତଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଥାନା କୋଧୁଆଁ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏ ସଂକ୍ରାନ୍ତରେ ମୋଟଙ୍ଗା ଥାନାରେ କେସ୍ ନଂ. ୩୯୦ା୨୪ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ସୂଚନା ଦେଇଛନ୍ତି।
The post କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ appeared first on Dharitri Odia News.