କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ…

ମୁମ୍ବାଇ,୧୬।୧୨: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତୀ ସଂଖ୍ୟାଗରିଷ୍ଠତା ହାସଲ କରିବାର ପ୍ରାୟ ୨୩ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ପ୍ରସ୍ତୁତ ହୋଇଛି। ରବିବାର (ଡିସେମ୍ବର୧୫) ନାଗପୁରରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଥିଲା ଯେଉଁଥିରେ ୩୯ ମନ୍ତ୍ରୀ ଶପଥ ନେଇଥିଲେ। ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଶୀତ ଅଧିବେଶନ ଆଗାମୀ ଦିନ ଅର୍ଥାତ ସୋମବାର(୧୬ ଡିସେମ୍ବର ମଙ୍ଗଳବାର) ଠାରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଗ୍ରାଣ୍ଡ ଆଲାଇନ୍ସର ତିନି ପ୍ରମୁଖ ଦଳର ମୁଖ୍ୟ ରବିବାର […] The post କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ… appeared first on Dharitri Odia News.

କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ…

ମୁମ୍ବାଇ,୧୬।୧୨: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତୀ ସଂଖ୍ୟାଗରିଷ୍ଠତା ହାସଲ କରିବାର ପ୍ରାୟ ୨୩ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ପ୍ରସ୍ତୁତ ହୋଇଛି। ରବିବାର (ଡିସେମ୍ବର୧୫) ନାଗପୁରରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଥିଲା ଯେଉଁଥିରେ ୩୯ ମନ୍ତ୍ରୀ ଶପଥ ନେଇଥିଲେ। ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଶୀତ ଅଧିବେଶନ ଆଗାମୀ ଦିନ ଅର୍ଥାତ ସୋମବାର(୧୬ ଡିସେମ୍ବର ମଙ୍ଗଳବାର) ଠାରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଗ୍ରାଣ୍ଡ ଆଲାଇନ୍ସର ତିନି ପ୍ରମୁଖ ଦଳର ମୁଖ୍ୟ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଶପଥ ଗ୍ରହଣ ସମାରୋହ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆଗରେ ପ୍ରଶ୍ନ ଆସିଲା ଯେ କେବେ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେବେ, ସେତେବେଳେ ଏନସିପି ମୁଖ୍ୟ ନିଜେ ଉତ୍ତର ଦେଇ କହିଛନ୍ତି ଯେ ମୁଁ ଅଢେଇ ମାସ ପର୍ଯ୍ୟନ୍ତ ଏହା କରିପାରିବି। ଏହା ଶୁଣି ସମସ୍ତେ ହସି ଉଠିଥିଲେ।

The post କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ… appeared first on Dharitri Odia News.