ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି
ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ବ୍ୟାଟ ଲେଣଦେଣକୁ ନେଇ ଅନେକ ଖବର ପ୍ରକାଶ ପାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଆସିଛି। ଯେଉଁଥିରେ ରିଙ୍କୁ ସିଂ ତାଙ୍କ ଉଦ୍ଦେଶ୍ୟରେ ସଫଳ ହେଉଥିବା ଜଣାପଡିଛି। କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ବହୁତ ଖୁସି ଅଛନ୍ତି। ଶେଷରେ […] The post ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି appeared first on Dharitri Odia News.
ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ବ୍ୟାଟ ଲେଣଦେଣକୁ ନେଇ ଅନେକ ଖବର ପ୍ରକାଶ ପାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଆସିଛି। ଯେଉଁଥିରେ ରିଙ୍କୁ ସିଂ ତାଙ୍କ ଉଦ୍ଦେଶ୍ୟରେ ସଫଳ ହେଉଥିବା ଜଣାପଡିଛି।
କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ବହୁତ ଖୁସି ଅଛନ୍ତି। ଶେଷରେ ସେ ବ୍ୟାଟ ପାଇଛନ୍ତି ଯାହାକୁ ସେ ଦୀର୍ଘ ଦିନ ଧରି ଡିମାଣ୍ଡ କରୁଥିଲେ। ଏପ୍ରିଲ ୨୧ ରେ ଇଡେନ ଗାର୍ଡେନ୍ସରେ କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ହୋଇଥିବା ମ୍ୟାଚ ପରଠାରୁ ରିଙ୍କୁ କ୍ରମାଗତ ଭାବରେ ଭାରତୀୟ ଦଳର ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କଠାରୁ ନୂଆ ବ୍ୟାଟ ମାଗିଥିଲେ।
କୋଲକାତାରେ ଦୁଇ ଦଳ ମୁହାଁମୁହିଁ ହେବା ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ ରିଙ୍କୁ କୋହଲିଙ୍କଠାରୁ ନୂଆ ବ୍ୟାଟ ମାଗୁଥିବା ଦେଖିବାକୁ ମିଳିଥିଲା। ରିଙ୍କୁ କହିଥିଲେ ଯେ କୋହଲି ତାଙ୍କୁ ଦେଇଥିବା ପୂର୍ବ ବ୍ୟାଟ ସ୍ପିନରଙ୍କ ବିପକ୍ଷରେ ଖେଳିବାବେଳେ ଭାଙ୍ଗି ଯାଇଥିଲା।
ମ୍ୟାଚ ପରେ ମଧ୍ୟ ରିଙ୍କୁ କୋହଲିଙ୍କ ପଛରେ ଯାଉଥିବା ଦେଖିବାକୁ ମିଳିଥିଲା। ସେ ପୁଣି ଥରେ କୋହଲିଙ୍କଠାରୁ ବ୍ୟାଟ ନେବାକୁ ଚେଷ୍ଟା କରୁଥିଲେ ବୋଲି ବିଶ୍ୱାସ କରାଯାଉଥିଲା।
କିନ୍ତୁ ବାମହାତୀ ରିଙ୍କୁଙ୍କ ଇଚ୍ଛା ବର୍ତ୍ତମାନ ପୂରଣ ହୋଇଛି। କୋଲକାତା ନାଇଟ ରାଇଡର୍ସର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ ହୋଇଥିବା ଭିଡିଓରେ ସେ କହିଛନ୍ତି ଯେ ବିରାଟ କୋହଲିଙ୍କଠାରୁ ତାଙ୍କୁ ଏକ ନୂଆ ବ୍ୟାଟ ମିଳିଛି।
Mil gaya bat Rinku ko! Virat bhai Thank you
pic.twitter.com/ul6vmIUH4r
— KolkataKnightRiders (@KKRiders) April 25, 2024
The post ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି appeared first on Dharitri Odia News.
