ଟ୍ୟୁଶନରୁ ଫେରିବାବେଳେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ୪ ବର୍ଷ ପରେ ରାୟ
ବ୍ରହ୍ମପୁର,୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍ସୋ ଜଜ୍ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ବିଭୀଷଣ ଗୌଡ(୫୪)। ଜେଲ ସହ ତାଙ୍କୁ ୯୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଧିକ ୭ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ପୀଡିତା ନାବାଳିକାଙ୍କୁ ୫ ଲକ୍ଷ […] The post ଟ୍ୟୁଶନରୁ ଫେରିବାବେଳେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ୪ ବର୍ଷ ପରେ ରାୟ appeared first on Dharitri Odia News.
ବ୍ରହ୍ମପୁର,୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍ସୋ ଜଜ୍ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ବିଭୀଷଣ ଗୌଡ(୫୪)। ଜେଲ ସହ ତାଙ୍କୁ ୯୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଧିକ ୭ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦ ସେପ୍ଟେମ୍ବର ୨୪ ତାରିଖରେ ୭ମ ଶ୍ରେଣୀର ନାବାଳିକା ଛାତ୍ରୀ ଜଣକ ଟ୍ୟୁଶନ ଯାଉଥିବା ବେଳେ ବିଭୀଷଣ ତାଙ୍କୁ ଅପହରଣ କରି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟ ବୁଦା ମୂଳକୁ ନେଇ ବଳାତ୍କାର କରିଥିଲେ। କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଘଟଣାର ୨ଦିନ ପରେ ପୁଣି ୨୬ ତାରିଖରେ ବିଭୀଷଣ ପୁଣି ତାଙ୍କୁ ରାସ୍ତାରୁ ଉଠାଇ ନେଇ ସେହି ସ୍ଥାନରେ ବଳାତ୍କାର କରିଥିଲେ। ନାବଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲେ। ପରିବାର ଲୋକେ ତାଙ୍କୁ ପଚରାଉଚରା କରିବାରୁ ସବୁ କଥା ଜଣାପଡିଥିଲା। ଏ ନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୨୬୯/୨୦ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ବିଭୀଷଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ୧୧ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳିଥିବାରୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରୁଥିଲେ ।
The post ଟ୍ୟୁଶନରୁ ଫେରିବାବେଳେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ୪ ବର୍ଷ ପରେ ରାୟ appeared first on Dharitri Odia News.