ବିରାଟ କୋହଲି , ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ, ଜାଣନ୍ତୁ ଉଭୟ କିମ୍ବଦନ୍ତୀଙ୍କ ପାଖରେ କେତେ ଟଙ୍କା
ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ ଯେତେବେଳେ ଆଲୋଚନା ହୁଏ, ସେତେବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ନାମ ଆଗକୁ ଆସେ। କୋହଲି ଏବଂ ରୋହିତ ଶର୍ମା କେବଳ ବ୍ୟାଟିଂ କ୍ଷେତ୍ରରେ ଶୀର୍ଷରେ ନାହାଁନ୍ତି, ଉଭୟ କିମ୍ବଦନ୍ତୀ ମଧ୍ୟ ଟଙ୍କା ଦୃଷ୍ଟିରୁ କାହାଠାରୁ ପଛରେ ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୪ରେ କିଙ୍ଗ କୋହଲିଙ୍କ ମୋଟ ନିଟ୍ […] The post ବିରାଟ କୋହଲି , ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ, ଜାଣନ୍ତୁ ଉଭୟ କିମ୍ବଦନ୍ତୀଙ୍କ ପାଖରେ କେତେ ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ ଯେତେବେଳେ ଆଲୋଚନା ହୁଏ, ସେତେବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ନାମ ଆଗକୁ ଆସେ। କୋହଲି ଏବଂ ରୋହିତ ଶର୍ମା କେବଳ ବ୍ୟାଟିଂ କ୍ଷେତ୍ରରେ ଶୀର୍ଷରେ ନାହାଁନ୍ତି, ଉଭୟ କିମ୍ବଦନ୍ତୀ ମଧ୍ୟ ଟଙ୍କା ଦୃଷ୍ଟିରୁ କାହାଠାରୁ ପଛରେ ନାହାଁନ୍ତି।
ତେବେ ଆସନ୍ତୁ ଜାଣିବା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ।
ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୪ରେ କିଙ୍ଗ କୋହଲିଙ୍କ ମୋଟ ନିଟ୍ ମୂଲ୍ୟ ପ୍ରାୟ ୧୨୭ ନିୟୁତ ଡଲାର ଅର୍ଥାତ୍ ଭାରତୀୟ ଟଙ୍କା ଅନୁସାରେ ପ୍ରାୟ ୧୦୬୬ କୋଟି ରହିଛି। ସେହିପରି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୧୪ କୋଟି ବୋଲି ଜଣାପଡିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ବିଶ୍ୱକପ ଜିତିବା ପରେ ଭାରତ ଅଧିନାୟକ ରୋହିତ ଶର୍ମା ଟି -୨୦ ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଅବସର ଘୋଷଣା କରି ରୋହିତ କହିଥିଲେ, ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତ ପାଇଁ ଖେଳିବା ଜାରି ରଖିବେ କିନ୍ତୁ ସ୍ବଳ୍ପ ଫର୍ମାଟରୁ ପଛକୁ ଯାଉଛନ୍ତି। ରୋହିତ ଟି ୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ଭାବରେ ହାରାହାରି ୩୨.୦୫ ରେ ୧୫୯ ଟି ମ୍ୟାଚରୁ ୪୨୩୧ ରନ ସ୍କୋର କହିଛନ୍ତି।
The post ବିରାଟ କୋହଲି , ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ, ଜାଣନ୍ତୁ ଉଭୟ କିମ୍ବଦନ୍ତୀଙ୍କ ପାଖରେ କେତେ ଟଙ୍କା appeared first on Dharitri Odia News.