ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବଡପାଟଣା ପଞ୍ଚାୟତ ଝାଟିପଡା ପ୍ରାଥମିକ ବିଦ୍ୟାଳୟରୁ ରୋଷେଇ ଘର ତାଲା ଭାଙ୍ଗି କବାଟ ଖୋଲି ରବିବାର ରାତିରେ ଗୋଟିଏ ୫୦ କେଜି ଚାଉଳ ଭର୍ତ୍ତି ବସ୍ତା ଚୋରି ହୋଇଛି। ଏନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ପାଟଣା ଥାନାରେ ଲିଖିତ ଜଣାଇବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଦ୍ୟାଳୟଟି ନିଛାଟିଆ ସ୍ଥାନରେ ଥିବାରୁ ଏହି ବିଦ୍ୟାଳୟ ଓ ଆଖପାଖ ବିଦ୍ୟାଳୟରୁ କ୍ରମାଗତ ଚାଉଳ […]

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବଡପାଟଣା ପଞ୍ଚାୟତ ଝାଟିପଡା ପ୍ରାଥମିକ ବିଦ୍ୟାଳୟରୁ ରୋଷେଇ ଘର ତାଲା ଭାଙ୍ଗି କବାଟ ଖୋଲି ରବିବାର ରାତିରେ ଗୋଟିଏ ୫୦ କେଜି ଚାଉଳ ଭର୍ତ୍ତି ବସ୍ତା ଚୋରି ହୋଇଛି। ଏନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ପାଟଣା ଥାନାରେ ଲିଖିତ ଜଣାଇବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଦ୍ୟାଳୟଟି ନିଛାଟିଆ ସ୍ଥାନରେ ଥିବାରୁ ଏହି ବିଦ୍ୟାଳୟ ଓ ଆଖପାଖ ବିଦ୍ୟାଳୟରୁ କ୍ରମାଗତ ଚାଉଳ ଚୋରି ହେଉଛି।