ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ନବାବ୍, ଚାଲିଛି ସର୍ଜରୀ
ବଲିଉଡ ଅଭିନେତା ଫିଲ୍ମ ‘ଆଦିପୁରୁଷ’ ଷ୍ଟାର ସୈଫ ଅଲି ଖାନଙ୍କୁ ଜାନୁଆରୀ ୨୨ ସୋମବାର ଦିନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଅନେକ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ହଠାତ୍ ଅଭିନେତାଙ୍କର କ’ଣ ହେଲା ଏହା ବୁଝିବାକୁ ଚେଷ୍ଟ କରୁଛନ୍ତି । ଏହି ସବୁ ମଧ୍ୟରେ ତାଙ୍କ ହେଲଥ୍ ଅପଡେଟ୍ […] The post ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ନବାବ୍, ଚାଲିଛି ସର୍ଜରୀ appeared first on KNews Odisha.

ବଲିଉଡ ଅଭିନେତା ଫିଲ୍ମ ‘ଆଦିପୁରୁଷ’ ଷ୍ଟାର ସୈଫ ଅଲି ଖାନଙ୍କୁ ଜାନୁଆରୀ ୨୨ ସୋମବାର ଦିନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଅନେକ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ହଠାତ୍ ଅଭିନେତାଙ୍କର କ’ଣ ହେଲା ଏହା ବୁଝିବାକୁ ଚେଷ୍ଟ କରୁଛନ୍ତି । ଏହି ସବୁ ମଧ୍ୟରେ ତାଙ୍କ ହେଲଥ୍ ଅପଡେଟ୍ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଅଭିନେତା ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ତାଙ୍କୁ ଏବେ ଅସ୍ତ୍ରୋପଚାର କରିବାକୁ ପଡିଲା ।
ସୂଚନା ମୁତାବକ, ସୈଫ ଅଲି ଖାନଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । କୁହାଯାଉଛି ଯେ ଅଭିନେତା ତାଙ୍କ କାନ୍ଧ ଏବଂ ଆଣ୍ଠୁର ଅସ୍ତ୍ରୋପଚାର କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୈଫ ଫିଲ୍ମ ସୁଟିଂ କରିବା ବେଳେ ତାଙ୍କୁ ବାରମ୍ବାର ଆଘାତ ଲାଗିବା ଯୋଗୁ ଏପରି ହୋଇଛି ବୋଲି କୁହାଯାଉଛି ।
ତେବେ ପ୍ରଥମ ଥର ପାଇଁ ଏପରି ଘଟଣା ହୋଇନାହିଁ, ଆଗରୁ ମଧ୍ୟ ସୈଫ ଅଲି ଖାନ ଏଭଳି ଗୁରୁତର ଆହତ ହୋଇଛନ୍ତି । ଏହାପୂର୍ବରୁ ସେ ସୁଟିଂ ସମୟରେ ଅନେକ ଥର ଆହତ ହୋଇଥିଲେ । ତେବେ ରେଙ୍ଗୁନ୍ ଫିଲ୍ମର ସୁଟିଂ ସମୟରେ ସୈଫଙ୍କ ଆଙ୍ଗୁଠିରେ ମଧ୍ୟ ଆହତ ଲାଗିଥିଲା । ଏହା ପରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା । ସେହି ଅସ୍ତ୍ରୋପଚାର ଅତ୍ୟନ୍ତ ଗମ୍ଭୀର ନଥିଲା ।
ତେବେ ବଲିଉଡ୍ର ନବାବ୍ ସୈଫ୍ ଶେଷଥର ପାଇଁ ଫିଲ୍ମ ‘ଆଦିପୁରୁଷ‘ରେ ନଜର ଆସିଥିଲେ । ତାଙ୍କୁ ଏହି ଫିଲ୍ମରେ ‘ରାବଣ’ ଭାବରେ ଦେଖିବାକୁ ମିଳିଥିଲା । ଏବେ ଅଭିନେତାଙ୍କୁ ଫିଲ୍ମ ‘ଦେବରା’ରେ ନଜର ଆସିବାକୁ ଯାଉଛନ୍ତି । ସାଉଥ ସିନେମାର ଏହି ଫିଲ୍ମ ବିଷୟରେ ବର୍ତ୍ତମାନ ଅନେକ ଚର୍ଚ୍ଚା ଚାଲିଛି ।
The post ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ନବାବ୍, ଚାଲିଛି ସର୍ଜରୀ appeared first on KNews Odisha.