ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ଆରମ୍ଭ ହେବ। ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଛି। ଭୋଟ୍‌ ଦେଇଥିବା ମତଦାତା ବେଶ୍‌ ନୀରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କର ବଢ଼ିଚାଲିଛି ହୃଦ୍‌ସ୍ପନ୍ଦନ। ଚଳିତ ନିର୍ବାଚନକୁ ରାଜ୍ୟରେ ପୂର୍ବାପେକ୍ଷା ଭିନ୍ନଧରଣର ଗଣାହେଉଛି। ଭାଜପା ଓ ବିଜେଡି ମେଣ୍ଟ […] The post ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ appeared first on Dharitri Odia News.

ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ଆରମ୍ଭ ହେବ। ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଛି। ଭୋଟ୍‌ ଦେଇଥିବା ମତଦାତା ବେଶ୍‌ ନୀରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କର ବଢ଼ିଚାଲିଛି ହୃଦ୍‌ସ୍ପନ୍ଦନ। ଚଳିତ ନିର୍ବାଚନକୁ ରାଜ୍ୟରେ ପୂର୍ବାପେକ୍ଷା ଭିନ୍ନଧରଣର ଗଣାହେଉଛି। ଭାଜପା ଓ ବିଜେଡି ମେଣ୍ଟ ଆଲୋଚନାର ବ୍ୟତିକ୍ରମ ସ୍ବରୂପ ପରସ୍ପର ବିରୋଧରେ ନିର୍ବାଚନ ରଣାଙ୍ଗନରେ କେବଳ ଯେ, ଅବତୀର୍ଣ୍ଣ ହୋଇଥିଲେ ତା’ନୁହେଁ ବରଂ ପରସ୍ପରକୁ କଟୁ ସମାଲୋଚନା କରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ ଏହି ଆମନାସାମନା ଲଢ଼େଇର ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ବନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଭାଜପା-ବିଜେଡି ଟକ୍କର ମଧ୍ୟରେ ଚଳିତଥର କଂଗ୍ରେସ ମଧ୍ୟ ବାଦ୍‌ ପଡ଼ିନାହିଁ । ତଥାପି ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର କରି ପାର୍ଟି ପାଇଁ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। ଏହାରି ମଧ୍ୟରେ କନ୍ଧମାଳ ଲୋକ ସଭା ଅନ୍ତର୍ଗତ ୨ଟି ପ୍ରମୁଖ ବିଧାନସଭା ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନର ଫଳାଫଳକୁ ନେଇ ନେତା-କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। କେଉଁ ନେତା କେତେ ପରିମାଣରେ ନିର୍ବାଚନ ପରିଚାଳନାରେ ସଫଳ ହୋଇଛନ୍ତି, ସେହି ଅନୁସାରେ ସେମାନେ ଫଳାଫଳ ପାଇବେ ଏଥିରେ ସନ୍ଦେହ ନାହିଁ।

ଆଉ ଏପଟେ ଗଣତି ପୂର୍ବରୁ ସଟ୍ଟା ବଜାରରେ ଲାଗିଲାଣି ବାଜି। କାହାର ପଲା କେତେ ଅଧିକ, ତାକୁ ନେଇ ମଧ୍ୟ ଅନେକ ଆକଳନ କରାଯାଉଛି। ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛନ୍ତି। ଏହାକୁ ନେଇ ରାସ୍ତାଘାଟରୁ ଆରମ୍ଭ କରି ଚା’ ଦୋକାନ, ପାନ ଦୋକାନରେ ବେଶ୍‌ ଖଟି ଜମୁଛି। ଏପଟେ କାଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେହି ଆଶଙ୍କାରେ ପୋଲିସ ପକ୍ଷରୁ କଡ଼ାକଡ଼ି ପାଟ୍ରୋଲିଂ କରାଯାଉଛି। ତେବେ ଇଭିଏମ୍‌ରେ ସିଲ୍‌ ହୋଇରହିଛି ନେତାଙ୍କ ଭାଗ୍ୟ। ୪ ତାରିଖରେ ଖୋଲିବ କାଉଁରୀ ପେଡ଼ି। କିଏ କାହା ଉପରେ ଭାରୀ ପଡ଼ିବ ତାକୁ ନେଇ ଏବେ ଆକଳନ ଜୋର୍‌ ଧରିଛି। ତେବେ ନୀରବ ଭୋଟରଙ୍କ ମୁଡ୍‌ ପରଖିବା ନେତାମାନଙ୍କ ପାଇଁ କାଠିକର ହୋଇପଡ଼ୁଛି। ତେବେ ସବୁକିଛି ଇଭିଏମ୍‌ ଖୋଲିଲେ ସ୍ପଷ୍ଟ ହେବ। ଆଉ ତା’ପୂର୍ବରୁ ରାଜନୀତିରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସମେତ ନେତା ଓ ସାଧାରଣ କର୍ମୀଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି।

The post ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ appeared first on Dharitri Odia News.