ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରବିବାର ରାତିରେ ପୁଣି ବିଷ୍ଣୁମୁଣ୍ଡା ଛକରେ ଜଣେ ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଦୋକାନୀ ଜଣକ ଦୋକାନରେ ବସିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମନୋଜ କୁମାର ନାଏକ। ମିଳିଥିବା ସୂଚନା ମୁତାବକ, ଜଣେ ନିଶାସକ୍ତ ଯୁବକ ଦୋକାନରେ […] The post ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା appeared first on Dharitri Odia News.

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରବିବାର ରାତିରେ ପୁଣି ବିଷ୍ଣୁମୁଣ୍ଡା ଛକରେ ଜଣେ ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଦୋକାନୀ ଜଣକ ଦୋକାନରେ ବସିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମନୋଜ କୁମାର ନାଏକ।

ମିଳିଥିବା ସୂଚନା ମୁତାବକ, ଜଣେ ନିଶାସକ୍ତ ଯୁବକ ଦୋକାନରେ ପଶି ମନୋଜଙ୍କୁ ଅତିର୍କିତ ଭାବେ ଏକ ଧାରୁଆ ଅସ୍ତ୍ରରେ ହାଣି ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷେ କିଏ ଏବଂ କାହିଁକି ହାଣିଲା ତାହା ଜଣାପଡି ନାହିଁ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶନିବାର ଚିମିନି ଭାଟିପଡ଼ାରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ନ ପୁରୁଣୁ ପୁଣି ହତ୍ୟାକାଣ୍ଡ ଘଟିବା ବଲାଙ୍ଗୀର ସହରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।

The post ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା appeared first on Dharitri Odia News.