ରୋହିତଙ୍କ ସହିତ କିପରି ରହିଛି ବିରାଟ କୋହଲିଙ୍କ ସମ୍ପର୍କ ? ସବୁଖୋଲି କହିଦେଲେ ବିରାଟ…
ମୁମ୍ବାଇ,୬ା୪: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ସୋମବାର ମୁହାଁମୁହିଁ ହେବେ। ଯେଉଁଥିରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୁମ୍ବାଇ ଟୁର୍ନାମେଣ୍ଟର ଏକ ସଫଳ ଟିମ୍ ହୋଇଥିଲା ବେଳେ ବେଙ୍ଗାଲୁରୁ ଏବେ ମଧ୍ୟ ଏହାର ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି। କିନ୍ତୁ ଚଳିତ ସିଜିନ୍ ଆରମ୍ଭରୁ ହାର୍ଦ୍ଦିକଙ୍କ ମୁମ୍ବାଇ ବ୍ୟତୀତ ବେଙ୍ଗାଲୁରୁ ଦଳ ଅଧିକ […] The post ରୋହିତଙ୍କ ସହିତ କିପରି ରହିଛି ବିରାଟ କୋହଲିଙ୍କ ସମ୍ପର୍କ ? ସବୁଖୋଲି କହିଦେଲେ ବିରାଟ… appeared first on Dharitri Odia News.
ମୁମ୍ବାଇ,୬ା୪: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ସୋମବାର ମୁହାଁମୁହିଁ ହେବେ। ଯେଉଁଥିରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୁମ୍ବାଇ ଟୁର୍ନାମେଣ୍ଟର ଏକ ସଫଳ ଟିମ୍ ହୋଇଥିଲା ବେଳେ ବେଙ୍ଗାଲୁରୁ ଏବେ ମଧ୍ୟ ଏହାର ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି।
କିନ୍ତୁ ଚଳିତ ସିଜିନ୍ ଆରମ୍ଭରୁ ହାର୍ଦ୍ଦିକଙ୍କ ମୁମ୍ବାଇ ବ୍ୟତୀତ ବେଙ୍ଗାଲୁରୁ ଦଳ ଅଧିକ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ହାଇପ୍ରୋଫାଇଲ ମୁକାବିଲା ପୂର୍ବରୁ ରୋହିତଙ୍କ ସହିତ ନିଜର ସମ୍ପର୍କକୁ ନେଇ ବିରାଟ ତାଙ୍କର ମୁହଁ ଖୋଲିଛନ୍ତି, ଏବଂ ୧୫ ବର୍ଷରୁ ଅଧିକ ସମୟ ଧରି ସେମାନଙ୍କ ସମ୍ପର୍କ ବିଷୟରେ କହିଥିଲେ।
ବିରାଟ କହିଛନ୍ତି, “ଆମେ ନିଶ୍ଚିତ ଭାବରେ ଦୀର୍ଘ ସମୟ ଧରି ଭାରତ ପାଇଁ ଏକାଠି ଖେଳି ଉପଭୋଗ କରିଛୁ। ଆମେ ଯେଉଁ ସ୍ମୃତି ବାଣ୍ଟିଛୁ ସେଥିପାଇଁ ବହୁତ ଖୁସି ଏବଂ କୃତଜ୍ଞ ଏବଂ ଆମେ ଏହା ଜାରି ରଖିବୁ। ଆମେ ଦଳ ପାଇଁ ନେତୃତ୍ୱ ଦୃଷ୍ଟିକୋଣରୁ ବହୁତ ନିକଟରୁ କାମ କରିଛୁ। ସବୁବେଳେ ଚିନ୍ତାଧାରାର ଆଲୋଚନା ହେଉଥିଲା।”
KOHLI
ROHIT BOND
![]()
– King talking about the special journey with Hitman over the years in Indian Cricket. pic.twitter.com/iL54z36xIO
— Johns. (@CricCrazyJohns) April 6, 2025
The post ରୋହିତଙ୍କ ସହିତ କିପରି ରହିଛି ବିରାଟ କୋହଲିଙ୍କ ସମ୍ପର୍କ ? ସବୁଖୋଲି କହିଦେଲେ ବିରାଟ… appeared first on Dharitri Odia News.
ROHIT BOND