ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ : ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ୩ ଆଶାୟୀଙ୍କ ମୃତ୍ୟୁ ଘଟଣା। ମାମଲାର ତଦନ୍ତ ନେଇ ଗଠନ ହେଲା... The post ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ : ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ appeared first on .
ନୂଆଦିଲ୍ଲୀ : ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ୩ ଆଶାୟୀଙ୍କ ମୃତ୍ୟୁ ଘଟଣା। ମାମଲାର ତଦନ୍ତ ନେଇ ଗଠନ ହେଲା କମିଟି। କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ଏହି କମିଟି ଗଠନ କରିଛନ୍ତି। କୋଚିଂ ସେଣ୍ଟରରେ ପାଣି ପଶିଯାଇ ୩ ଛାତ୍ରଙ୍କ ମୃତ୍ଯୁ ଘଟଣାର କମିଟି ତଦନ୍ତ କରିବ। ଆସନ୍ତା ୩୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଜାଗ୍ରତ ରହିବାକୁ କହିଛନ୍ତି କେନ୍ଦ୍ର ସରକାର।
ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦିଆଯାଇଛି। ବେସମେଣ୍ଟରେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରିଦିଆଯାଇଛି। ବେସମେଣ୍ଟକୁ ସାଧାରଣତଃ ପାର୍କିଂ ଓ ଷ୍ଟୋର ଲାଗି ବ୍ଯବହୃତ ହେଉଥିବାବେଳେ ଅନେକ ସ୍ଥାନରେ ଏହାକୁ କୋଚିଂ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ସୂଚନା ମିଳିଛି। ସେପଟେ ମୃତ ଛାତ୍ରଛାତ୍ରୀଙ୍କ ବିୟୋଗରେ ଭାଙ୍ଗିପଡିଛନ୍ତି ସହପାଠୀ। ସେମାନେ ଅମର ଆତ୍ମାର ସଦଗତି କାମନା କରିବା ସହ ଦୋଷୀଙ୍କ ବିରୋଧରେ ଦଣ୍ଡ ଦାବି କରିଛନ୍ତି। ଗତ ୨୦୨୩ରେ ଦିଲ୍ଲୀର ମୁଖାର୍ଜୀ ନଗରର ଏକ ବେସମେଣ୍ଟରେ ଏକ ଆଇଏଏସ କୋଚିଂ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିଥିଲା । ତଥାପି ବେସମେଣ୍ଟରେ ଅନେକ କୋଚିଂ ସେଣ୍ଟର ଚାଲିଥିଲା।
The post ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ : ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ appeared first on .