ସମାଜବାଦୀ ପାର୍ଟି ଛାଡ଼ିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
ନୂଆଦିଲ୍ଲୀ: ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆଜି ସପା (ସମାଜବାଦୀ ପାର୍ଟି) ଦଳ ଛାଡ଼ି ଦେଇଛନ୍ତି। ବିଜେପି ଛାଡ଼ି ସପାରେ ଯୋଗ ଦେବାର ୨ ବର୍ଷ ପରେ ମୌର୍ଯ୍ୟ ଆଜି ଅଖିଳେଶଙ୍କ ନେତୃତ୍ବାଧୀନ ସପା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ରାଜ୍ୟ ବିଧାନ ପରିଷଦ ସଦସ୍ୟ (ଏମ୍ଏଲ୍ସି) ପଦରୁ ଇସ୍ତଫା ଦେଇଛନ୍ତି। ମୌର୍ଯ୍ୟ ନିଜର ଏକ ଦଳ ଗଠନ କରିବାକୁ ଯୋଜନା କରୁଥିବା ଖବର ଆସିବା ପରେ ଏହି ଘଟଣା ଘଟିଛି। ପରବର୍ତ୍ତୀ […]

ନୂଆଦିଲ୍ଲୀ: ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆଜି ସପା (ସମାଜବାଦୀ ପାର୍ଟି) ଦଳ ଛାଡ଼ି ଦେଇଛନ୍ତି। ବିଜେପି ଛାଡ଼ି ସପାରେ ଯୋଗ ଦେବାର ୨ ବର୍ଷ ପରେ ମୌର୍ଯ୍ୟ ଆଜି ଅଖିଳେଶଙ୍କ ନେତୃତ୍ବାଧୀନ ସପା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ରାଜ୍ୟ ବିଧାନ ପରିଷଦ ସଦସ୍ୟ (ଏମ୍ଏଲ୍ସି) ପଦରୁ ଇସ୍ତଫା ଦେଇଛନ୍ତି। ମୌର୍ଯ୍ୟ ନିଜର ଏକ ଦଳ ଗଠନ କରିବାକୁ ଯୋଜନା କରୁଥିବା ଖବର ଆସିବା ପରେ ଏହି ଘଟଣା ଘଟିଛି। ପରବର୍ତ୍ତୀ ପଦକ୍ଷେପକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସେ ଫେବ୍ରୁଆରି ୨୨ରେ ଦିଲ୍ଲୀରେ ତାଙ୍କ ସମର୍ଥକଙ୍କର ଏକ ବୈଠକ ଡାକିଛନ୍ତି। ଗତ ଫେବ୍ରୁଆରି ୧୩ ତାରିଖରେ ମୌର୍ଯ୍ୟ ସପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ଦଳରେ ତାଙ୍କୁ ଅବହେଳା କରାଯାଉଥିବା ସେ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଏକ ବୈଠକରେ ମୌର୍ଯ୍ୟଙ୍କ ମୂଳ ସମର୍ଥକମାନେ ଏକ ରାଜନୈତିକ ଦଳ ଗଢ଼ିବାକୁ ଚିନ୍ତା କରିଥିଲେ। ସେହି ବୈଠକରେ ଦଳର ନାମ ‘ରାଷ୍ଟ୍ରୀୟ ଶୋଷିତ ସମାଜ ଦଳ’ ରଖିବାକୁ ଏକ ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା।