ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା
କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍ ମ୍ୟାଚ ଥିଲା। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ୬୪୨ ବଲରେ ଶେଷ ହୋଇଥିଲା। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପିଚ ସମ୍ପର୍କରେ ଆଇସିସି ମ୍ୟାଚ ରେଫରିଙ୍କୁ ଟାର୍ଗେଟ […] The post ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା appeared first on Dharitri Odia News.
କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍ ମ୍ୟାଚ ଥିଲା। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ୬୪୨ ବଲରେ ଶେଷ ହୋଇଥିଲା। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପିଚ ସମ୍ପର୍କରେ ଆଇସିସି ମ୍ୟାଚ ରେଫରିଙ୍କୁ ଟାର୍ଗେଟ କରିଛନ୍ତି। ମ୍ୟାଚ ପରେ ଭାରତୀୟ ଅଧିନାୟକ କହିଛନ୍ତି ଯେ, ତାଙ୍କର ଏପରି ପିଚ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଭାରତରେ ଯେତେବେଳେ ବଲ ପ୍ରଥମ ଦିନରେ ଟର୍ନ ହୁଏ, ସେତେବେଳେ ଲୋକମାନେ ଅଭିଯୋଗ କରିବା ଉଚିତ୍ ନୁହେଁ।
ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ରୋହିତ ଶର୍ମା କହିଛନ୍ତି, ଏହି ଟେଷ୍ଟରେ କ’ଣ ଘଟିଛି ଏବଂ ପିଚ କିପରି ଖେଳୁଛି ଆମେ ସମସ୍ତେ ଦେଖିଛୁ। ସତ କହିବାକୁ ଗଲେ ଏଭଳି ପଚ୍ରେ ଖେଳିବାକୁ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ଯେପର୍ଯ୍ୟନ୍ତ ସମସ୍ତେ ଭାରତ ଆସିବେ ସେତେବେଳେ ମୁହଁ ବନ୍ଦ କରି ରଖିବେ। ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଉଇକେଟ୍ ସବୁଠୁ ଭଲ ବୋଲି କୁହାଯାଏ କିନ୍ତୁ ଆମେ ଯାହାଘଟିଲା ତାହା ଦେଖିଲେ। ଭାରତରେ ପ୍ରଥମ ଦିନରେ ପିଚ ଟର୍ନ ଆରମ୍ଭ କଲେ ସମସ୍ତେ ଧୂଳି ଉଡିଲା ବୋଲି ଜପ କରନ୍ତି। ତାହା କରିବା ଉଚିତ୍ ନୁହେଁ।
ରୋହିତ କହିଛନ୍ତି, ଯଦି ବଲ ପ୍ରଥମ ବଲରୁ ସିମ ହୁଏ ତେବେ ଏହା ଠିକ କିନ୍ତୁ ଯଦି ବଲ ଟର୍ନ ଆରମ୍ଭ ହୁଏ ତେବେ ସେମାନେ ଏହାକୁ ପସନ୍ଦ କରନ୍ତି ନାହିଁ ଏହା ସମ୍ପୂର୍ଣ୍ଣ ଭୁଲ।
The post ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା appeared first on Dharitri Odia News.