ଉଚିତ ପଦକ୍ଷେପ
ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ବିତର୍କ ସୃଷ୍ଟି କରିଛି। ରାଜ୍ୟ ପୋଲିସରେ ଉଚ୍ଚ ପଦାଧିକାରୀ ପି. ସୀତାରାମା ଅଞ୍ଜନେଇଲୁ, କ୍ରାନ୍ତି ରାଣା ଟାଟା ଏବଂ ବିଶାଲ ଗୁନିଙ୍କୁ ବିଭାଗୀୟ ତଦନ୍ତ ପରେ ନିଲମ୍ବିତ କରାଯାଇଥିଲା। ବିବାଦର ବାସ୍ତବତା ହେଉଛି, ଏଫ୍ଆଇଆର୍ ଦାଖଲ ହେବା ପୂର୍ବରୁ ଜେଟ୍ୱାନୀଙ୍କୁ ଗିରଫ କରିବାକୁ ଅଞ୍ଜନେଇଲୁ […] The post ଉଚିତ ପଦକ୍ଷେପ appeared first on Dharitri Odia News.
ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ବିତର୍କ ସୃଷ୍ଟି କରିଛି। ରାଜ୍ୟ ପୋଲିସରେ ଉଚ୍ଚ ପଦାଧିକାରୀ ପି. ସୀତାରାମା ଅଞ୍ଜନେଇଲୁ, କ୍ରାନ୍ତି ରାଣା ଟାଟା ଏବଂ ବିଶାଲ ଗୁନିଙ୍କୁ ବିଭାଗୀୟ ତଦନ୍ତ ପରେ ନିଲମ୍ବିତ କରାଯାଇଥିଲା। ବିବାଦର ବାସ୍ତବତା ହେଉଛି, ଏଫ୍ଆଇଆର୍ ଦାଖଲ ହେବା ପୂର୍ବରୁ ଜେଟ୍ୱାନୀଙ୍କୁ ଗିରଫ କରିବାକୁ ଅଞ୍ଜନେଇଲୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା। ଫେବୃଆରୀ ୨ରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା, କିନ୍ତୁ ଗିରଫ ନିର୍ଦ୍ଦେଶ ଦୁଇଦିନ ପୂର୍ବରୁ ଦିଆଯାଇଥିଲା, ଯାହା ପ୍ରକ୍ରିୟାର ସ୍ପଷ୍ଟ ଉଲ୍ଲଂଘନ। ଅଗଷ୍ଟରେ ଜେଟ୍ୱାନୀ ଏକ ଅଭିଯୋଗ ଦାଖଲ କରିଥିଲେ। ଅଧିକାରୀମାନେ ତାଙ୍କ ବିରୋଧରେ ଜାଲିଆତି ଏବଂ ଚୋରି ଅଭିଯୋଗ ଆଣିଥିବା ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ନେତା ତଥା ଚଳଚ୍ଚିତ୍ର ନିର୍ମାତା କେ.ଭି.ଆର୍. ବିଦ୍ୟାସାଗରଙ୍କ ସହ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଜେଟ୍ୱାନୀ ଦାବି କରନ୍ତି ଯେ, ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହି ଘଟଣା ପୋଲିସ ଉପରେ ଥିବା ରାଜନୈତିକ ପ୍ରଭାବର ଗମ୍ଭୀର ସମସ୍ୟାକୁ ପ୍ରକାଶ କରେ। ପ୍ରକୃତ କଥା ହେଉଛି, ବରିଷ୍ଠ ଅଧିକାରୀମାନେ ଏଥିରେ ଜଡ଼ିତ ହେବା ଦ୍ୱାରା ହିଁ ପ୍ରସଙ୍ଗର ଗମ୍ଭୀରତା ବଢ଼ିଯାଇଛି। ଅଧିକାରୀମାନଙ୍କୁ ନିଲମ୍ବନ କରିବା ପାଇଁ ନାଇଡୁ ସରକାରଙ୍କ ନିଷ୍ପତ୍ତି ଏକ ଉଚିତ ପଦକ୍ଷେପ ହୋଇଥିବାବେଳେ ଆଉ ଏଭଳି ଘଟଣା କିଛି ଆଢୁଆଳରେ ରହିଯାଉ ନାହିଁ ତ?
ଆକସ୍ମିକ ପ୍ରସ୍ଥାନ
ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର୍ଆଇଏନ୍ଏଲ୍) ସିଏମ୍ଡି ଅତୁଲ ଭଟ୍ଟ ନଭେମ୍ବରରେ ଅବସର ନେବାର ଥିଲା। କିନ୍ତୁ ତାଙ୍କୁ ହଠାତ୍ ଛୁଟିରେ ପଠାଇବା ନିଷ୍ପତ୍ତିକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍ଏଆଇଏଲ୍)ସହିତ ଆର୍ଆଇଏନ୍ଏଲ୍ର ପ୍ରସ୍ତାବିତ ମିଶ୍ରଣକୁ ନେଇ ଚାଲିଥିବା ଆଲୋଚନା ସହିତ ଏହି ଘଟଣାର ସମ୍ପର୍କ ଥିବା କେତେକେ କୁହନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଅବସର ପୂର୍ବରୁ ଭଟ୍ଟ ଦାୟିତ୍ୱରୁ ଦୂରେଇ ରହିବା ଏହି ମିଶ୍ରଣର ପଥ ସୁଗମ କରିବା ପାଇଁ ଉଦ୍ଦିଷ୍ଟ। ତଥାପି ଏହି କଥାକୁ ନେଇ ଅନେକେ ସନ୍ଦେହ କରୁଛନ୍ତି। ମିଶ୍ରଣ ପାଇଁ ଧୈର୍ଯ୍ୟ ଏବଂ ନିରନ୍ତର ନେତୃତ୍ୱ ଆବଶ୍ୟକ, ତଥାପି ଭଟ୍ଟଙ୍କୁ ଅବସର ନେବା ପୂର୍ବରୁ ଛୁଟିରେ ପଠାଯାଇଛି । କେତେକେ ଅନୁମାନ କରନ୍ତି ଯେ, ତାଙ୍କ ପରିଚାଳନା ଶୈଳୀରେ ଶ୍ରମିକ ସଂଗଠନଗୁଡ଼ିକ ଅସନ୍ତୁଷ୍ଟ ଥିଲେ। ଅନ୍ୟମାନେ ସମ୍ଭାବ୍ୟ କ୍ରୟ ପ୍ରସଙ୍ଗରେ ସୂଚିତ କରନ୍ତି, ଯାହା ତାଙ୍କ ପ୍ରସ୍ଥାନର କାରଣ ହୋଇପାରେ । ଆଲୋଚନା ହେଉଛି ଯେ ନୂତନ ଭାବେ କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପାଉଣ୍ଡ୍ରିକଙ୍କ ନିଯୁକ୍ତିକୁ ନେଇ ରହିଥିବା ଅସନ୍ତୋଷ ସହ ଭଟ୍ଟଙ୍କ ପ୍ରସ୍ଥାନର ସମ୍ପର୍କ ଥାଇପାରେ। ସନ୍ଦୀପଙ୍କର ଆର୍ଆଇଏନ୍ଏଲ୍ ପରିଦର୍ଶନ ମଧ୍ୟ ଏକ କାରଣ ହୋଇଥାଇପାରେ। କାରଣ ଯାହା ହେଉନା କାହିଁକି, ଭଟ୍ଟଙ୍କ ଆକସ୍ମିକ ପ୍ରସ୍ଥାନ ସମଗ୍ର ଶିଳ୍ପଗୁଡ଼ିକରେ ଅଂଶୀଦାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିକଟରେ ଏହି ପରିସ୍ଥିତି ଏସ୍ଏଆଇଏଲ୍ର ଏକ ଘଟଣାରେ ପ୍ରତିଫଳିତ ହୋଇଛି, ଯେଉଁଠାରେ ଅନେକ ବରିଷ୍ଠ ଅଧିକାରୀଙ୍କୁ ମାସ ମାସ ପାଇଁ ନିଲମ୍ବିତ କରାଯାଇ ୨୦୨୪ ସାଧାରଣ ନିର୍ବାଚନ ପରେ ସେମାନଙ୍କୁ ପୁନଃ ସ୍ଥାପିତ କରାଯାଇଥିଲା।
ଏଜିଏମ୍୍ୟୁଟି କ୍ୟାଡର୍ରେ ଅଦଳବଦଳ
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଜିଏମ୍ୟୁଟି କ୍ୟାଡର୍( ଅରୁଣାଚଳ ପ୍ରଦେଶ- ଗୋଆ- ମଣିପୁର ଆଣ୍ଡ ୟୁନିୟନ ଟେରିଟୋରି) ୩୩ ଆଇଏଏସ୍ ଅଧିକାରୀ ଏବଂ ୪୫ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିଛି। ଅଜୟ ଭାଲାଙ୍କ ଉତ୍ତରାଧିକାରୀ ଭାବେ ଗୋବିନ୍ଦ ମୋହନ ନୂତନ କେନ୍ଦ୍ର ଗୃହ ସଚିବ ରୂପେ ନିଯୁକ୍ତ ହେବାର ଠିକ୍ ପରେ ସଚିବ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଏଭଳି ଅଦଳବଦଳ ଆଶା କରାଯାଉଥିବାବେଳେ, ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଆଣ୍ଡାମାନ ଆଣ୍ଡ ନିକୋବର, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ ତିନିବର୍ଷ ପାଇଁ ନିଯୁକ୍ତ ଏଜିଏମ୍ୟୁଟି କ୍ୟାଡର୍ର ଅନେକ ଅଧିକାରୀ ଅସନ୍ତୁଷ୍ଟ ଥିଲେ। ସେହି କାରଣରୁ କିଭଳି କାର୍ଯ୍ୟକାଳ ଓ ବଦଳିକୁ ନିୟନ୍ତ୍ରଣ କରାଯିବ ତାହାକୁ ନେଇ ସମସ୍ୟା ରହିଥିଲା। ରୋଟେଶନାଲ ବଦଳି ବେଳେ ଅଧିକାରୀମାନେ କେମିତି ଅଧିକ ସୁଯୋଗ ଓ ଲାଭ ପାଇବେ ତାହାକୁ ନେଇ ଲଗାତର ଅଭିଯୋଗ ଉଠେ। ସେଥିପାଇଁ ଏକ ଢାଞ୍ଚା ଏବଂ ନିରପେକ୍ଷତା ସୃଷ୍ଟି କରିବାକୁ ଏହି ନୀତିଗୁଡ଼ିକ ଗଠନ କରାଯାଇଛି। କିନ୍ତୁ ଏହା ପ୍ରାୟତଃ ଘଟେ ନାହିଁ। ଉଦାହରଣ ସ୍ବରୂପ, କିଛି ଅଧିକାରୀ ଦିଲ୍ଲୀ ପୋଲିସ କିମ୍ବା କେନ୍ଦ୍ରୀୟ ପୋଲିସ ସଂସ୍ଥାଗୁଡ଼ିକରେ ପାଞ୍ଚ, ସାତ କିମ୍ବା ଦଶ ବର୍ଷରୁ ଅଧିକ ସମୟ ରହିଛନ୍ତି, ଯାହା ସାଧାରଣ କାର୍ଯ୍ୟକାଳଠାରୁ ବହୁ ଅଧିକ। କେତେକ କ୍ଷେତ୍ରରେ ଏହି ଦୀର୍ଘ ନିଯୁକ୍ତିଗୁଡ଼ିକ ନୀତି ମଧ୍ୟରେ ଥିବାବେଳେ, ଅନ୍ୟାନ୍ୟ କ୍ଷେତ୍ରରେ ନିୟମକୁ ଅଣଦେଖା କରାଯାଇଥିବା ପରି ମନେହୁଏ, ଯାହାକୁ ନେଇ କେବଳ ସମସ୍ୟା ବଢ଼ିଥାଏ। ଏହି ଅସଙ୍ଗତି ବ୍ୟବସ୍ଥାର ସ୍ବଚ୍ଛତା ଏବଂ ନ୍ୟାୟ ଉପରେ ପ୍ରଶ୍ନ ଉଠାଏ । ଆଶା କରାଯାଏ, ଏହି ଅଦଳବଦଳ ସେହି ସମସ୍ୟାଗୁଡ଼ିକର କିଛି ସମାଧାନ କରିବ, ଏକ ଅଧିକ ସମାନତା ଏବଂ ସ୍ବଚ୍ଛ ଆଭିମୁଖ୍ୟ ଆଣିବ।
Email: dilipcherian@gmail.com
The post ଉଚିତ ପଦକ୍ଷେପ appeared first on Dharitri Odia News.