ପୁଣି ବାର୍ହା ଶିକାରକଲା ‘ଜିନତ୍’
ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍’ ପୁଣି ବାର୍ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି ପିଇବା ସହ ଗାଧୋଇବା ଏବଂ ଚଳପ୍ରଚଳ କରୁଥିବାରୁ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଛି। ପ୍ରାଣୀ ବିଶେଷଜ୍ଞ ଡାକ୍ତର ବାଘୁଣୀର ସ୍ବାସ୍ଥ୍ୟ ପ୍ରତି ସଜାଗ ରହିଥିବା ବେଳେ ସ୍ବତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀମାନେ ୨୪ ଘଣ୍ଟିିଆ ଅନୁଧ୍ୟାନ ଜାରି ରଖିଛନ୍ତି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ […] The post ପୁଣି ବାର୍ହା ଶିକାରକଲା ‘ଜିନତ୍’ appeared first on Dharitri Odia News.
ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍’ ପୁଣି ବାର୍ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି ପିଇବା ସହ ଗାଧୋଇବା ଏବଂ ଚଳପ୍ରଚଳ କରୁଥିବାରୁ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଛି। ପ୍ରାଣୀ ବିଶେଷଜ୍ଞ ଡାକ୍ତର ବାଘୁଣୀର ସ୍ବାସ୍ଥ୍ୟ ପ୍ରତି ସଜାଗ ରହିଥିବା ବେଳେ ସ୍ବତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀମାନେ ୨୪ ଘଣ୍ଟିିଆ ଅନୁଧ୍ୟାନ ଜାରି ରଖିଛନ୍ତି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଏବଂ ଡାକ୍ତରୀଦଳ ସହିତ ଆଲୋଚନା ପରେ ୨/୩ ଦିନ ମଧ୍ୟରେ ଜିନତ୍କୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନରେ ଛଡ଼ାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।
ମହରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଯମୁନା ଓ ଜିନତ୍କୁ ମୟୂରଭଞ୍ଜ ଶିମିଳିପାଳକୁ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍ ଅଞ୍ଚଳରେ ଛଡାଯାଇଛି। ସେ ନିଜର ଟେରିଟୋରିଆଲ ପ୍ରସ୍ତୁତ କରିବା ପାଇଁ ବିସ୍ତୀର୍ଣ୍ଣ ଜଙ୍ଗଲରେ ବ୍ୟସ୍ତ ରହିଛି। ବେଳେ ବେଳେ ବାଟବଣା ହୋଇ କୋର ଅଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳକୁ ଆସି ପୁନର୍ବାର ଘଞ୍ଚ ଜଙ୍ଗଲ ମଧ୍ୟକୁ ଯିବାଆସିବା କରୁଛି। ଯମୁନା ଦେହରେ ଲାଗିଥିବା ରେଡିଓ କଲରକୁ ଦୃଷ୍ଟିରେ ରଖି ବନ ବିଭାଗର କର୍ମଚାରୀମାନେ ଦେଢ଼ କି.ମି. ବ୍ୟବଧାନରେ ରହି ତା’ର ଗତିବିଧି ଉପରେ ନଜର ରଖିଛନ୍ତି। ସେହିପରି ଅନ୍ୟ ଏକ ବାଘୁଣୀ ଜିନତ୍ ଗତ ୧୪ତାରିଖରେ ଶିମିଳିପାଳରେ ପହଞ୍ଚତ୍ବା ପରେ ତାକୁ ସ୍ବତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି। ୨ ଦିନ ପୂର୍ବେ ସେ ଏକ ବାର୍ହାକୁ ଖାଇବା ପରେ ସୋମବାର ରାତିରେ ପୁଣି ଏକ ବାର୍ହାୁ ଶିକାର କରି ଖାଇଥିବା ଆରସିସିଏଫ୍ ଗୋଗିନେନୀ କହିଛନ୍ତି।
The post ପୁଣି ବାର୍ହା ଶିକାରକଲା ‘ଜିନତ୍’ appeared first on Dharitri Odia News.