NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗ,୨୪।୬: ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଦିଗରୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଇସ୍ତଫା ଦାବି କରିଛି କଂଗ୍ରେସର ଛାତ୍ର ସଂଗଠନ ପଶ୍ଚିମବଙ୍ଗ ରାଜ୍ୟ ଛତ୍ର ପରିଷଦ। ଏହାପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ମୋଦି ଏବଂ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିକହିଥିଲେ, ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଆଖପାଖରେ ଥିବା […] The post NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ appeared first on Dharitri Odia News.

NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗ,୨୪।୬: ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଦିଗରୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଇସ୍ତଫା ଦାବି କରିଛି କଂଗ୍ରେସର ଛାତ୍ର ସଂଗଠନ ପଶ୍ଚିମବଙ୍ଗ ରାଜ୍ୟ ଛତ୍ର ପରିଷଦ।

ଏହାପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ମୋଦି ଏବଂ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିକହିଥିଲେ, ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଆଖପାଖରେ ଥିବା ଅକ୍ଷମ ଲୋକମାନଙ୍କ ପାଇଁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।” ଏହା ସହିତ ସେ ଇଉ ଏକ ପୋଷ୍ଟରେ କହିଥିଲେ, ”ଅଣ-ଜୈବିକ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଆଖପାଖର ଲୋକଙ୍କର ସମ୍ପୂର୍ଣ୍ଣ ଅକ୍ଷମତା ହେତୁ ପରୀକ୍ଷା ବାତିଲ ହେବାର ଖବର ବିନା କୌଣସି ଦିନ ସଂପୂର୍ଣ୍ଣ ହେଉନାହିଁ।”

ସେହିପରି ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଉତ୍ତେଜନା ମଧ୍ୟରେ ଲୋକ ସଭା ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗର ତାତି ଦେଖିବାକୁ ମିଳିଛି। ସୋମବାର ଦିନ 18 ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି।

ପ୍ରଥମ ଦିନରେ ଗୃହ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଶାସକ ଦଳର ସଦସ୍ୟମାନେ ଶପଥ ଗ୍ରହଣ କରିବା ଆରମ୍ଭ କରିଥିଲେ। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଭାବରେ ଶପଥ ଗ୍ରହଣ କରିବାକୁ ଉଠିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଶପଥ ଗ୍ରହଣ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ନିଟ୍-ନିଟ୍ ନାରା ଦେବା ଆରମ୍ଭ କରିଥିଲେ। ଏହାସହିତ ବିରୋଧୀ ନିଜର ମନୋଭାବ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଏଥର କୌଣସି ପ୍ରସଙ୍ଗରେ ସରକାରଙ୍କୁ ଢିଲା ଛଡ଼ା ଯିବା ନାହିଁ।

The post NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ appeared first on Dharitri Odia News.