୫ ଦିନ ଭିତରେ ଆସୁନାହିଁ ମୌସୁମୀ

ଭୁବନେଶ୍ୱର : ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗୁଳୁଗୁଳି ଗରମ I ପ୍ରଚଣ୍ଡ ତାତିରେ କଲବଲ ହେବେ ଲୋକେ I ବର୍ତ୍ତମାନ ସୁଦ୍ଧା ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩, ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇପରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରେବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ […]

୫ ଦିନ ଭିତରେ ଆସୁନାହିଁ ମୌସୁମୀ
୫ ଦିନ ଭିତରେ ଆସୁନାହିଁ ମୌସୁମୀ

ଭୁବନେଶ୍ୱର : ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗୁଳୁଗୁଳି ଗରମ I ପ୍ରଚଣ୍ଡ ତାତିରେ କଲବଲ ହେବେ ଲୋକେ I ବର୍ତ୍ତମାନ ସୁଦ୍ଧା ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩, ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇପରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରେବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି ।

ଆଗାମୀ ୫ ଦିନ ଉତ୍ତର, ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨,୩ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ଖବର । ମୌସୁମୀ ଓଡିଶା ଛୁଇଁ ଦୁଇ ଦନି ହେଲାଣି । ଏପଟେ ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କରୁଛି କଲବଲ ।

ପ୍ରଚଣ୍ଡ ତାତି ସାଙ୍ଗକୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ I ପ୍ରଚଣ୍ଡ ତାତିକୁ ନେଇ ୮ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲାପାଳଙ୍କୁ ଚିଠି ଲେଖି ଏସ୍‌ଆରସି ସତର୍କ କରାଇଛନ୍ତି। ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି ହୋଇଛି I ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,କଟକ,ଜଗତସିଂପୁର,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଜପତି,ଗଞ୍ଜାମ ଜିଲ୍ଲାରେ ତାପମାତ୍ରା ୪୦-୪୫ ଡିଗ୍ରୀ ବୃଦ୍ଧି ପାଇପାରେ I ତେବେ ଗରମ ଓ ଗୁଳୁଗୁଳି ଭିତରେ କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି I