ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର

ଭୁବନେଶ୍ୱର,୩୦ା୯(ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟରେ ବର୍ତ୍ତମାନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ଲାଗି ପର୍ଯ୍ୟାୟକ୍ରମେ ପରୀକ୍ଷା ଚାଲୁ ରହିଛି। ଏହାକୁ ନେଇ ସାଇବର ଅପରାଧୀମାନେ ବେଶ୍‌ ସକ୍ରିୟ ହୋଇଉଠିଛନ୍ତି। ଆର୍‌ଆଇ ଚାକିରି ଦେବାକୁ କହି ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏନେଇ ଫେକ୍‌ ନିଯୁକ୍ତିପତ୍ର ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଠକେଇ ଜାଲ ବିଛାଇଛନ୍ତି। ଅପରାଧୀମାନେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବଙ୍କ ଜାଲ ଦସ୍ତଖତ ବନାଇ ୪୫ […] The post ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର appeared first on Dharitri Odia News.

ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର

ଭୁବନେଶ୍ୱର,୩୦ା୯(ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟରେ ବର୍ତ୍ତମାନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ଲାଗି ପର୍ଯ୍ୟାୟକ୍ରମେ ପରୀକ୍ଷା ଚାଲୁ ରହିଛି। ଏହାକୁ ନେଇ ସାଇବର ଅପରାଧୀମାନେ ବେଶ୍‌ ସକ୍ରିୟ ହୋଇଉଠିଛନ୍ତି। ଆର୍‌ଆଇ ଚାକିରି ଦେବାକୁ କହି ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏନେଇ ଫେକ୍‌ ନିଯୁକ୍ତିପତ୍ର ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଠକେଇ ଜାଲ ବିଛାଇଛନ୍ତି। ଅପରାଧୀମାନେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବଙ୍କ ଜାଲ ଦସ୍ତଖତ ବନାଇ ୪୫ ଜଣଙ୍କ ନକଲି ନିଯୁକ୍ତି ଅର୍ଡର ପ୍ରସ୍ତୁତ କରିଛନ୍ତି, ଯାହା ଏବେ ହ୍ବାଟ୍‌ସଆପ୍‌ ସହ ବିଭିନ୍ନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହି ଖବର ଜାଣିବା ପରେ ଅତିରିକ୍ତ ସଚିବ ଘଟଣା ସମ୍ପର୍କରେ ତୁରନ୍ତ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏହାସହ ଉକ୍ତ ନକଲି ନିଯୁକ୍ତିପତ୍ରର ପ୍ରମାଣ ପୋଲିସକୁ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ନଂ. ୭୪୨/୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର appeared first on Dharitri Odia News.