୩ ବର୍ଷ ବିତିଲା, ମିଳିଲାନି ଶ୍ରମିକଙ୍କ ପାଉଣା
ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଏମ୍ଜିଏନ୍ଆର୍ଇଜିଏସ୍ରେ କାମକରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ପାଉଣା ମିଳୁନାହିଁ। କୋମନା ବ୍ଲକ୍ ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜଙ୍ଗଲ ସୁରକ୍ଷା ସହ ମାଟିକ୍ଷୟ ରୋକିବା ପାଇଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟେଞ୍ଜ କମ୍ ବୋଡିଂ (ଟିସିବି) କାମ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପଟପରପାଲି ଗାଁର ସେନମୁଣ୍ଡା ପ୍ୟାଚ୍ (ଟିସିବି) ନାଳ ଖୋଦା କାମରେ ଶହେରୁ ଊର୍ଦ୍ଧ୍ୱ ଶ୍ରମିକ […] The post ୩ ବର୍ଷ ବିତିଲା, ମିଳିଲାନି ଶ୍ରମିକଙ୍କ ପାଉଣା appeared first on Dharitri Odia News.
ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଏମ୍ଜିଏନ୍ଆର୍ଇଜିଏସ୍ରେ କାମକରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ପାଉଣା ମିଳୁନାହିଁ। କୋମନା ବ୍ଲକ୍ ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜଙ୍ଗଲ ସୁରକ୍ଷା ସହ ମାଟିକ୍ଷୟ ରୋକିବା ପାଇଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟେଞ୍ଜ କମ୍ ବୋଡିଂ (ଟିସିବି) କାମ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପଟପରପାଲି ଗାଁର ସେନମୁଣ୍ଡା ପ୍ୟାଚ୍ (ଟିସିବି) ନାଳ ଖୋଦା କାମରେ ଶହେରୁ ଊର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ହୋଇଥିଲେ। ମାଟି କାମ କରିଥିବା ତୁଳସୀ ଶବର, ଚାହାଦେଈ ଶବର, ପାର୍ବତୀ ଶବର, ରାମବତି ଶବର, ଗୋମତି ଶବର, ପବିତ୍ର ଶବର, ପ୍ରଭୁଲାଲ ଶବର, ଦୁର୍ଯ୍ୟନ ଶବର, ଶଶି ଶବର, ଗୋପୀନାଥ ଶବର ପ୍ରମୁଖ ଶତାଧିକ ଶ୍ରମିକ ୩ବର୍ଷ ପରେ ବି ପାଉଣା ପାଇନାହାନ୍ତି। ଏ ନେଇ ସେମାନେ ପଞ୍ଚାୟତକୁ ଯାଉଥିଲେ ମଧ୍ୟ ବ୍ୟାଙ୍କ ଖାତାରେ ଟଙ୍କା ପଡ଼ିଯାଇଛି ବୋଲି କୁହାଯାଉଛି। ହେଲେ ବ୍ୟାଙ୍କଖାତା ଯାଞ୍ଚ ପରେ ଟଙ୍କା ପଡ଼ି ନ ଥିବା ଦେଖି ଶ୍ରମିକମାନେ ନିରାଶ ହୋଇ ଘରକୁ ଫେରିଆସୁଛନ୍ତି ା ଏଣେ ପରିବାର ପ୍ରତିପୋଷଣ କଷ୍ଟହେବାରୁ ପଟପରପାଲି ଗାଁର ପବିତ୍ର ଶବର, ସୁବାସ ଶବର, ପ୍ରଭୁଲାଲ ଶବର, ଭିତେଶ୍ୱର ଶବର, ତୋଷନ ଶବର, ସନାତନ ଶବର, ରାଜ ଶବର ସମେତ ୩୫ରୁ ୪୦ ଜଣ ଦାଦନ ଯିବାକୁ ବାଧ୍ୟ ହୋଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଦାଦନ ମୁକ୍ତ କରିବା ପାଇଁ ଗାଁ ଗାଁରେ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଏହି ଘଟଣାକୁ ଦେଖିଲେ ଏହା ଏକ ପ୍ରହସନ ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କ ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବା ପାଇଁ ଶ୍ରମିକମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସେ ଜିଲାରେ ୧୦ ମାସ ହେବ ଯୋଗ ଦେଇଛନ୍ତି ା ଗତ ୩ ବର୍ଷର ଘଟଣା ବିଷୟରେ ବିଶେଷ କିଛି ଜଣାନାହିଁ। ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ୍ ଗଠନ କରାଯିବ। ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରମିକମାନଙ୍କ ପାଉଣା ପ୍ରଦାନ କରାଯିବ ବୋଲି କହିଛନ୍ତି ା
The post ୩ ବର୍ଷ ବିତିଲା, ମିଳିଲାନି ଶ୍ରମିକଙ୍କ ପାଉଣା appeared first on Dharitri Odia News.