ନାଗାବଳୀ ନଦୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ
ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁ ନିକଟ ନାଗାବଳୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପାଣିରେ ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁ ଅବଦୁଲ(୧୨) ଏବଂ ହେମାଦେଇ ସୁନା(୯)। ଉଭୟେ ସାନଚାନ୍ଦିଲି ଗ୍ରାମର। ମିଳିଥିବା ସୂଚନା ମୁତାବକ, ଅନୁ ଏବଂ ହେମାଦେଇ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ୨ଜଣ ପାଣିରେ ଭାସିଯାଇଥିଲେ। ଏନେଇ ପରିବାର ଲୋକ ରାୟଗଡ଼ା ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ […] The post ନାଗାବଳୀ ନଦୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ appeared first on Dharitri Odia News.
ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁ ନିକଟ ନାଗାବଳୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପାଣିରେ ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁ ଅବଦୁଲ(୧୨) ଏବଂ ହେମାଦେଇ ସୁନା(୯)। ଉଭୟେ ସାନଚାନ୍ଦିଲି ଗ୍ରାମର।
ମିଳିଥିବା ସୂଚନା ମୁତାବକ, ଅନୁ ଏବଂ ହେମାଦେଇ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ୨ଜଣ ପାଣିରେ ଭାସିଯାଇଥିଲେ। ଏନେଇ ପରିବାର ଲୋକ ରାୟଗଡ଼ା ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ ବାହିନୀଙ୍କ ସହ ଗ୍ରାମର ଯୁବକମାନେ ଖୋଜାଖୋଜି କରିଥିଲେ। ଖୋଜାଖୋଜି ପରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
The post ନାଗାବଳୀ ନଦୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ appeared first on Dharitri Odia News.