ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ୍‌ ଦେଇଛି। ପୂର୍ବରୁ କଟକ ଆସନରୁ ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦଳ ତାଙ୍କୁ ବାରବାଟୀ କଟକରୁ ବିଧାୟକ ପ୍ରାର୍ଥୀ କରିଛି। ଅନ୍ୟପଟେ, ବାରବାଟୀ କଟକରୁ ଶାସକ ଦଳ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି। ଯିଏ ପୂର୍ବରୁ କଟକ ଜିଲା ଭାଜପା ସଭାପତି […] The post ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର appeared first on Dharitri Odia News.

ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ୍‌ ଦେଇଛି। ପୂର୍ବରୁ କଟକ ଆସନରୁ ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦଳ ତାଙ୍କୁ ବାରବାଟୀ କଟକରୁ ବିଧାୟକ ପ୍ରାର୍ଥୀ କରିଛି।

ଅନ୍ୟପଟେ, ବାରବାଟୀ କଟକରୁ ଶାସକ ଦଳ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି। ଯିଏ ପୂର୍ବରୁ କଟକ ଜିଲା ଭାଜପା ସଭାପତି ଥିଲେ। ସେହିପରି କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋଶଙ୍କୁ ଟିକେଟ୍‌ ମିଳିଛି। ତେବେ ବାରବାଟୀ କଟକରୁ ୩ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଜୋରଦାର ଲଢେଇ ଆଶା କରାଯାଉଛି।

 

The post ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର appeared first on Dharitri Odia News.