ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ, ପୀଡିତାଙ୍କ ସହ ଦୁର୍ବ୍ୟବହାର କରି ବନ୍ଧାହେଲେ ଆଉ ଦୁଇ
ଭଦୋଦରା ୮।୧୦: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ସୋମବାର ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଭଦୋଦରା ଉପକଣ୍ଠରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୪ ତାରିଖରେ ଭଦୋଦରା ଗ୍ରାମାଞ୍ଚଳ ପୋଲିସ ଥାନା ଅଞ୍ଚଳରେ ୧୬ ବର୍ଷ ବୟସର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ଅଭିଯୋଗ ହୋଇଥିଲା । ଘଟଣାର ଦୁଇ ଦିନ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରି ଭଦୋଦରା ଗ୍ରାମାଞ୍ଚଳ ପୋଲିସକୁ ହସ୍ତାନ୍ତର କରିଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ଯେଉଁମାନେ ପୀଡିତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଭଦୋଦରା ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଭଦୋଦରା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପୋଲିସ ମିଳିତ ଭାବେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଘଟଣା ରାତିରେ ପ୍ରାୟ ୪୮ କି.ମି. ଯାତ୍ରା କରିଥିଲା । ପୀଡିତାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଏବଂ ଅଭିଯୁକ୍ତ ନେଇଥିବା ପୀଡିତାଙ୍କ ମୋବାଇଲ ଫୋନ୍ରୁ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ପୀଡିତାଙ୍କ ମୋବାଇଲର ସବୁ କଲ୍ ରେକର୍ଡରୁ ପୋଲିସ ଅଭିଯୁକ୍ତ କେଉଁଠି ଅଛନ୍ତି ଜାଣିପାରିଥିଲା । ଲୋକେସନ୍ ଟ୍ରେସ୍ କରି ସିସିଟିଭି ଫୁଜେଟ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅଭିଯ
ଭଦୋଦରା ୮।୧୦: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ସୋମବାର ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଭଦୋଦରା ଉପକଣ୍ଠରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ ।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୪ ତାରିଖରେ ଭଦୋଦରା ଗ୍ରାମାଞ୍ଚଳ ପୋଲିସ ଥାନା ଅଞ୍ଚଳରେ ୧୬ ବର୍ଷ ବୟସର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ଅଭିଯୋଗ ହୋଇଥିଲା । ଘଟଣାର ଦୁଇ ଦିନ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରି ଭଦୋଦରା ଗ୍ରାମାଞ୍ଚଳ ପୋଲିସକୁ ହସ୍ତାନ୍ତର କରିଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ଯେଉଁମାନେ ପୀଡିତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଭଦୋଦରା ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି ।
ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଭଦୋଦରା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପୋଲିସ ମିଳିତ ଭାବେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଘଟଣା ରାତିରେ ପ୍ରାୟ ୪୮ କି.ମି. ଯାତ୍ରା କରିଥିଲା । ପୀଡିତାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଏବଂ ଅଭିଯୁକ୍ତ ନେଇଥିବା ପୀଡିତାଙ୍କ ମୋବାଇଲ ଫୋନ୍ରୁ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ପୀଡିତାଙ୍କ ମୋବାଇଲର ସବୁ କଲ୍ ରେକର୍ଡରୁ ପୋଲିସ ଅଭିଯୁକ୍ତ କେଉଁଠି ଅଛନ୍ତି ଜାଣିପାରିଥିଲା । ଲୋକେସନ୍ ଟ୍ରେସ୍ କରି ସିସିଟିଭି ଫୁଜେଟ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୭୦(୨), ୩୦୯(୪), ୩୫୧(୩), ୬୫(୧) ଏବଂ ୫୪ ଆଧାରରେ ମାମଲା ରୁଜୁ କରିଛି ।
You Can Read:
ଭୁବନେଶ୍ଵର-ପୁରୀ ବାଇପାସ୍ ରାସ୍ତାରେ ସିଏନ୍ଜି ଗ୍ୟାସ୍ ଲିକ୍, ଖାଲି ହୋଇଗଲା ପୁରା ଟ୍ୟାଙ୍କର