ଶନିବାର ‘ପୁଷ୍ପା-୨ ଦ ରୁଲ’ର ଦମଦାର କାରବାର, ୧୦ ଦିନରେ ବକ୍ସଅଫିସ କଲେକ୍ସନ ୮୨୪.୫ କୋଟି
ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ ଦ ରୁଲ’ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରି ଚାଲିଛି। ଡିସେମ୍ବର ୫ରେ ରିଲିଜ ହୋଇଥିବା ପୁଷ୍ପା ୨ କେବଳ ତାମିଲ କି ତେଲୁଗୁ ନୁହେଁ ବରଂ ଉତ୍ତର ଭାରତରେ ଜବରଦସ୍ତ କାରବାର କରୁଛି।ଫିଲ୍ମ କେବଳ ହିନ୍ଦୀ ଭର୍ସନରୁ ୫୦୦ କୋଟିରୁ ଅଧିକ ଆୟ କରି ସାରିଲାଣି। ଟ୍ରେଡ ବିଶେଷଜ୍ଞ ତରଣ ଆଦର୍ଶ ଫିଲ୍ମର ବକ୍ସ ଅଫିସ କଲେକ୍ସନ ତଥ୍ୟ ନିଜର ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଶନିବାର ଦଶମ ଦିନରେ ଫିଲ୍ମର ଆୟ ୭୧ ପ୍ରତିଶତ ଅଧିକ ବଢି ୬୨.୩ କୋଟି ଟଙ୍କା ଆୟ କରିଛି। ହାଇଦ୍ରାବାଦ ଥିଏଟର ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ପରେ ଦ୍ଵିତୀୟ ଶନିବାର ଫିଲ୍ମର ଆୟ ବଢିଛି। ଭାରତରେ ଫିଲ୍ମଟି ୮୨୪.୫ କୋଟି ଟଙ୍କା ବ୍ୟବସାୟ କରି ସାରିଥିବା ବେଳେ ହିନ୍ଦୀ ଭର୍ସନରେ ୫୦୦ କୋଟି, ତେଲୁଗୁରେ ୨୬୨.୬ କୋଟି, ତାମିଲରେ ୪୪.୯ କୋଟି, କନ୍ନଡରେ ୫.୯୫ କୋଟି ଏବଂ ମାଲାୟଲମରେ ୧୨.୯୫ କୋଟି ଟଙ୍କାର ବ୍ୟବସାୟ କରି ସାରିଛି।ଶନିବାର ପୁଷ୍ପା ୨ ହିନ୍ଦୀ ବେଲ୍ଟରେ ୪୬ କୋଟି ଟଙ୍କାର କାରବାର କରିଥିବା ବେଳେ ତେଲୁଗୁରେ ୧୩ କୋଟି, ତାମିଲରେ ୨.୫ କୋଟି, କନ୍ନଡରେ ୦.୪୫ କୋଟି, ମାଲାୟଲମରେ ୦.୩୫ କୋଟି ବକ୍ସଅଫିସ୍ କଲେକ୍ସନ କରିଛି। ରିଲିଜ୍ ପୂର୍ବରୁ ଫିଲ୍ମର ପ୍ରମୋସନ ପୂରା ଭାରତରେ କରାଯାଇଥିଲା, ଯାହାର ଝଲକ ଏବେ ଦେଖିବାକୁ ମିଳୁଛି। Also read: କିଏ
ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ ଦ ରୁଲ’ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରି ଚାଲିଛି। ଡିସେମ୍ବର ୫ରେ ରିଲିଜ ହୋଇଥିବା ପୁଷ୍ପା ୨ କେବଳ ତାମିଲ କି ତେଲୁଗୁ ନୁହେଁ ବରଂ ଉତ୍ତର ଭାରତରେ ଜବରଦସ୍ତ କାରବାର କରୁଛି।ଫିଲ୍ମ କେବଳ ହିନ୍ଦୀ ଭର୍ସନରୁ ୫୦୦ କୋଟିରୁ ଅଧିକ ଆୟ କରି ସାରିଲାଣି। ଟ୍ରେଡ ବିଶେଷଜ୍ଞ ତରଣ ଆଦର୍ଶ ଫିଲ୍ମର ବକ୍ସ ଅଫିସ କଲେକ୍ସନ ତଥ୍ୟ ନିଜର ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଶନିବାର ଦଶମ ଦିନରେ ଫିଲ୍ମର ଆୟ ୭୧ ପ୍ରତିଶତ ଅଧିକ ବଢି ୬୨.୩ କୋଟି ଟଙ୍କା ଆୟ କରିଛି। ହାଇଦ୍ରାବାଦ ଥିଏଟର ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ପରେ ଦ୍ଵିତୀୟ ଶନିବାର ଫିଲ୍ମର ଆୟ ବଢିଛି।
ଭାରତରେ ଫିଲ୍ମଟି ୮୨୪.୫ କୋଟି ଟଙ୍କା ବ୍ୟବସାୟ କରି ସାରିଥିବା ବେଳେ ହିନ୍ଦୀ ଭର୍ସନରେ ୫୦୦ କୋଟି, ତେଲୁଗୁରେ ୨୬୨.୬ କୋଟି, ତାମିଲରେ ୪୪.୯ କୋଟି, କନ୍ନଡରେ ୫.୯୫ କୋଟି ଏବଂ ମାଲାୟଲମରେ ୧୨.୯୫ କୋଟି ଟଙ୍କାର ବ୍ୟବସାୟ କରି ସାରିଛି।
ଶନିବାର ପୁଷ୍ପା ୨ ହିନ୍ଦୀ ବେଲ୍ଟରେ ୪୬ କୋଟି ଟଙ୍କାର କାରବାର କରିଥିବା ବେଳେ ତେଲୁଗୁରେ ୧୩ କୋଟି, ତାମିଲରେ ୨.୫ କୋଟି, କନ୍ନଡରେ ୦.୪୫ କୋଟି, ମାଲାୟଲମରେ ୦.୩୫ କୋଟି ବକ୍ସଅଫିସ୍ କଲେକ୍ସନ କରିଛି। ରିଲିଜ୍ ପୂର୍ବରୁ ଫିଲ୍ମର ପ୍ରମୋସନ ପୂରା ଭାରତରେ କରାଯାଇଥିଲା, ଯାହାର ଝଲକ ଏବେ ଦେଖିବାକୁ ମିଳୁଛି।
Also read: କିଏ ସେ ଅଲ୍ଲୁଙ୍କ ଓକିଲ ? ଗୋଟିଏ ଘଣ୍ଟା ପାଇଁ ନିଅନ୍ତି ଏତିକି ଲକ୍ଷ ଟଙ୍କା
ଫିଲ୍ମର ଓ୍ଵାର୍ଲ୍ଡଓ୍ଵାଇଡ କଲେକ୍ସନ ୧୧୯୦ କୋଟି ଟଙ୍କା ପହଞ୍ଚିଲାଣି। ଏଥିସହ ଫିଲ୍ମଟି ରାମଚରଣ ଓ ଜୁନିୟର ଏନଟିଆରଙ୍କ RRRର ଘରୋଇ ବକ୍ସ ଅଫିସ କଲେକ୍ସନ ୭୮୨ କୋଟିକୁ ଟପି ସାରିଛି। ଏଥିସହ ୨୦୨୪ରେ ପୁଷ୍ପା ୨ ସର୍ବାଧିକ ଆୟକାରୀ ଫିଲ୍ମ ହୋଇ ପାରିଛି। ରବିବାର ଫିଲ୍ମର ବକ୍ସଅଫିସ କଲେକ୍ସନ ଦମଦାର ରହିବ ବୋଲି ଆଶା କରାଯାଉଛି।