ରାସ୍ତା ମଝିରେ ଗାତ, ସତର୍କ ନହେଲେ ଦୁର୍ଘଟଣା
ମୁଖୀଗୁଡା: କଳାହାଣ୍ଡି ଜିଲା ମୁଖୀଗୁଡା-ଜୟପାଟଣା ରାସ୍ତା ଆରଏମସି ଛକ ନିକଟରେ ଗାତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଉଥିବା ଯାନ ବାହାନ ଦୁର୍ଘଟଣାର ସମ୍ଭୁଖିନ ହେଉଛନ୍ତ। ରାସ୍ତା ମଝିରେ ଥିବା ଏହି ଗାତ ବୁଲାଣିରେ ରହିଥିବାରୁ ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ । ହେଲେ ଦିର୍ଘ ଦିନହେଲା ଏହାର ମରାମତି ହୋଉ ନାହିଁ । ବର୍ଷା ହେଲେ ଏହି ଗାତରେ ପାଣି ଭର୍ତ୍ତି ହୋଇ ଗାତ ଥିବା ଜଣା ପଡିନଥାଏ ।ଏହି ରାସ୍ତା ଦେଇ ଯାଉଥିବା […]

ମୁଖୀଗୁଡା: କଳାହାଣ୍ଡି ଜିଲା ମୁଖୀଗୁଡା-ଜୟପାଟଣା ରାସ୍ତା ଆରଏମସି ଛକ ନିକଟରେ ଗାତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଉଥିବା ଯାନ ବାହାନ ଦୁର୍ଘଟଣାର ସମ୍ଭୁଖିନ ହେଉଛନ୍ତ। ରାସ୍ତା ମଝିରେ ଥିବା ଏହି ଗାତ ବୁଲାଣିରେ ରହିଥିବାରୁ ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ । ହେଲେ ଦିର୍ଘ ଦିନହେଲା ଏହାର ମରାମତି ହୋଉ ନାହିଁ । ବର୍ଷା ହେଲେ ଏହି ଗାତରେ ପାଣି ଭର୍ତ୍ତି ହୋଇ ଗାତ ଥିବା ଜଣା ପଡିନଥାଏ ।ଏହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଥିବାରୁ ଏହାର ମରାମତି ଜରୁରୀ ହୋଇପଡିଛି ।ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।