ହଠାତ୍ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…
ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ। ଏଠାରେ ସେ ଜଣେ ଯୁବକଙ୍କର ପରିବାରକୁ ଭେଟିଥିଲେ। ବାସ୍ତବରେ ରାହୁଲ ଗାନ୍ଧୀ ଅମିତ ନାମକ ଜଣେ ଯୁବକଙ୍କ ପରିବାରକୁ ଭେଟିବା ପାଇଁ ଆସିଥିଲେ। ଅମିତ ଆମେରିକାରେ ରୁହନ୍ତି ଏବଂ ସେଠାରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଆମେରିକା ଗସ୍ତ କରିଥିଲେ, ସେତେବେଳେ ସେ ଅମିତଙ୍କୁ ଭେଟିଥିଲେ। […] The post ହଠାତ୍ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ। ଏଠାରେ ସେ ଜଣେ ଯୁବକଙ୍କର ପରିବାରକୁ ଭେଟିଥିଲେ।
ବାସ୍ତବରେ ରାହୁଲ ଗାନ୍ଧୀ ଅମିତ ନାମକ ଜଣେ ଯୁବକଙ୍କ ପରିବାରକୁ ଭେଟିବା ପାଇଁ ଆସିଥିଲେ। ଅମିତ ଆମେରିକାରେ ରୁହନ୍ତି ଏବଂ ସେଠାରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଆମେରିକା ଗସ୍ତ କରିଥିଲେ, ସେତେବେଳେ ସେ ଅମିତଙ୍କୁ ଭେଟିଥିଲେ। ଅମିତଙ୍କ ଏପରି ଅବସ୍ଥା ପାଇଁ ରାହୁଲ ତାଙ୍କ ପରିବାରକୁ ଭେଟିବାକୁ ଆସିଥିଲେ। ଅମିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ଏଠାରୁ ଚାଲିଯାଇଛନ୍ତି।
The post ହଠାତ୍ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ… appeared first on Dharitri Odia News.