ଭିଜିଲାନ୍ସ ଜାଲରେ କେନ୍ଦ୍ରାପଟି ଆର୍ଆଇ ଦୀପ୍ତିରଞ୍ଜନ
ଅସ୍ତରଙ୍ଗ,୨୫ା୩(ପ୍ରଦୀପ୍ତ କୁମାର ଦୀକ୍ଷିତ)-ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ତରଙ୍ଗ ତହସିଲ୍ ଅଧୀନ କେନ୍ଦ୍ରାପଟି ରାଜସ୍ବ ନିରୀକ୍ଷକ(ଆର୍ଆଇ) ଦୀପ୍ତିରଞ୍ଜନ ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଖବର ମୁତାବକ, କେନ୍ଦ୍ରାପଟି ରାଜସ୍ବ କାର୍ଯ୍ୟାଳୟ ଅଧୀନ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କ ଜମିଜମା ସମସ୍ୟା ସମ୍ପର୍କିତ କାଗଜପତ୍ର କରାଇଦେବା ପାଇଁ ଆର୍ଆଇ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଆପୋଷ ଆଲୋଚନା ମାଧ୍ୟମରେ ୭ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍ର […] The post ଭିଜିଲାନ୍ସ ଜାଲରେ କେନ୍ଦ୍ରାପଟି ଆର୍ଆଇ ଦୀପ୍ତିରଞ୍ଜନ appeared first on Dharitri Odia News.
ଅସ୍ତରଙ୍ଗ,୨୫ା୩(ପ୍ରଦୀପ୍ତ କୁମାର ଦୀକ୍ଷିତ)-ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ତରଙ୍ଗ ତହସିଲ୍ ଅଧୀନ କେନ୍ଦ୍ରାପଟି ରାଜସ୍ବ ନିରୀକ୍ଷକ(ଆର୍ଆଇ) ଦୀପ୍ତିରଞ୍ଜନ ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି।
ଖବର ମୁତାବକ, କେନ୍ଦ୍ରାପଟି ରାଜସ୍ବ କାର୍ଯ୍ୟାଳୟ ଅଧୀନ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କ ଜମିଜମା ସମସ୍ୟା ସମ୍ପର୍କିତ କାଗଜପତ୍ର କରାଇଦେବା ପାଇଁ ଆର୍ଆଇ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଆପୋଷ ଆଲୋଚନା ମାଧ୍ୟମରେ ୭ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍ର ୫ଜଣିଆ ଅଧିକାରୀ ମଙ୍ଗଳବାର କେନ୍ଦ୍ରାପଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ ଥିବାବେଳେ ୫ଶହ ଟଙ୍କିଆ ନୋଟ ମୋଟ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆର୍ଆଇ ମହାପାତ୍ରଙ୍କୁ ଧରିଥିଲେ। ପୂର୍ବରୁ ମହାପାତ୍ର ଅସ୍ତରଙ୍ଗ ରାଜସ୍ବ କାର୍ଯ୍ୟାଳୟରେ ୨୦୨୧ମସିହାରେ ନକଲି ଅଫିସର୍ ବସାଇ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା, ୩ ଘଣ୍ଟା ମଧ୍ୟରେ ଅନ୍ୟତ୍ର ବଦଳି ହୋଇଥିଲେ। ପୁନର୍ବାର ଲାଞ୍ଚ ନେଉଥିବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଏନେଇ ଭିଜିଲାନ୍ସ ଟିମ୍ ଖୋଳତାଡ଼ ଆରମ୍ଭ କରିଛି।
The post ଭିଜିଲାନ୍ସ ଜାଲରେ କେନ୍ଦ୍ରାପଟି ଆର୍ଆଇ ଦୀପ୍ତିରଞ୍ଜନ appeared first on Dharitri Odia News.