ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ କରିବା ଜାରି ରଖିଛନ୍ତି। ତେବେ କୌତୂହଳର ବିଷୟ ହେଉଛି ଏହି ଦମ୍ପତି କୌଣସି ହୋଟେଲ ବୁକ୍‌ ନ କରି କିମ୍ବା କୌଣସି ହୋଟେଲ କିମ୍ବା ଢାବାରେ ଜଳଖିଆ ନ ଖାଇ ନିଜ ଦେଶ ଭ୍ରମଣକୁ ଜାରି ରଖିଛନ୍ତି। ଉଭୟେ ସେମାନଙ୍କ କାର୍‌ରେ ଗଦି ଏବଂ ବିଛଣା ପକାଇ ଏକ ଛୋଟ […] The post ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି appeared first on Dharitri Odia News.

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ କରିବା ଜାରି ରଖିଛନ୍ତି। ତେବେ କୌତୂହଳର ବିଷୟ ହେଉଛି ଏହି ଦମ୍ପତି କୌଣସି ହୋଟେଲ ବୁକ୍‌ ନ କରି କିମ୍ବା କୌଣସି ହୋଟେଲ କିମ୍ବା ଢାବାରେ ଜଳଖିଆ ନ ଖାଇ ନିଜ ଦେଶ ଭ୍ରମଣକୁ ଜାରି ରଖିଛନ୍ତି। ଉଭୟେ ସେମାନଙ୍କ କାର୍‌ରେ ଗଦି ଏବଂ ବିଛଣା ପକାଇ ଏକ ଛୋଟ ଶୋଇବା ଘର ତିଆରି କରିଛନ୍ତି ଏବଂ କାର୍‌ରେ ବିଭିନ୍ନ ରୋଷେଇ ସରଞ୍ଜାମ ସହ ଖାଦ୍ୟ ମଧ୍ୟ ରାନ୍ଧି ଖାଉଛନ୍ତି। ଅଜୟ କହିଛନ୍ତି, ଗତ ଫେବୃୟାରୀରେ ଅବସର ଗ୍ରହଣ କରିବା ପରେ ସେ ସୁନୀତାଙ୍କୁ ଦେଶ ଭ୍ରମଣ କରାଇବା ପାଇଁ ଠିକ୍‌ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଓ ସୁନୀତା ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିସାରିଛନ୍ତି ବୋଲି ଅଜୟ କହିଛନ୍ତି। ସେମାନେ କଶ୍ମୀର, ଲେହ-ଲଦାଖ, ଉତ୍ତରାଖଣ୍ଡ ଓ ଗୋଆ ଆଦି ସ୍ଥାନକୁ ଯାତ୍ରା କରି ସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଉଭୟେ ୫ଟି ଜ୍ୟୋତିର୍ଲିଙ୍ଗ ମଧ୍ୟ ପରିଦର୍ଶନ କରିସାରିଛନ୍ତି। ତେବେ ଯାତ୍ରା ସମୟରେ ସେମାନେ ନିରାପତ୍ତାର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ବୋଲି ଅଜୟ କହିଛନ୍ତି। ରାତିରେ ନିଜ କାର୍‌ ପାର୍କ କରିବା ପୂର୍ବରୁ ଏହି ଦମ୍ପତି ସମ୍ପୃକ୍ତ ସ୍ଥାନ ବିଷୟରେ ସ୍ଥାନୀୟ ଲୋକଙ୍କଠାରୁ ଉପଯୁକ୍ତ ସୂଚନା ନେଇଥାନ୍ତି। ଯଦି କୌଣସି ସ୍ଥାନରେ ପଶୁମାନଙ୍କର ବିପଦ ଥାଏ, ତେବେ ସେ ଓ ତାଙ୍କ ସ୍ତ୍ରୀ ଅନ୍ୟ ସ୍ଥାନ ଖୋଜିବା ଆରମ୍ଭ କରିଦିଅନ୍ତି ବୋଲି ଅଜୟ କହିଛନ୍ତି। ତଥାପି ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି, ଲୋକମାନେ ସ୍ବତଃ ପ୍ରବୃତ ଭାବେ ତାଙ୍କୁ ସହଯୋଗ କରନ୍ତି ବୋଲି ସୁନୀତା କହିଛନ୍ତି।

The post ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି appeared first on Dharitri Odia News.