ରୋଗପ୍ରତିଷେଧକ ଶକ୍ତି ବଢାଇବ ଯୋଗ: ଦାରିଙ୍ଗବାଡିରେ ଯୋଗାଭ୍ୟାସ
ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ):ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ, ଶାରୀରିକ ସ୍ତରରେ ଉର୍ନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା ସାମାଜିକ ସ୍ତରରେ ଉର୍ନ୍ନତି ଆସିବ ଏଭଳି ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନ ଏବଂ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡାଙ୍କ ପରିଚାଳନାରେ […] The post ରୋଗପ୍ରତିଷେଧକ ଶକ୍ତି ବଢାଇବ ଯୋଗ: ଦାରିଙ୍ଗବାଡିରେ ଯୋଗାଭ୍ୟାସ appeared first on Dharitri Odia News.
ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ):ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ, ଶାରୀରିକ ସ୍ତରରେ ଉର୍ନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା ସାମାଜିକ ସ୍ତରରେ ଉର୍ନ୍ନତି ଆସିବ ଏଭଳି ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନ ଏବଂ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡାଙ୍କ ପରିଚାଳନାରେ ଯୋଗ ଶିକ୍ଷକ କାହ୍ନୁ ପଣ୍ଡାଙ୍କ ଦ୍ୱାରା ଯୋଗ ଶିକ୍ଷା ଓ ଯୋଗାଭ୍ୟାସ କରାଯାଇଥିଲା ଏଥିରେ ବ୍ଲକର ବିଡ଼ିଓ ରଥଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ,ତହସିଲଦାର ଧୀରୋଜ ପାତ୍ର ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା ଓ ସମସ୍ତ କର୍ମଚାରୀଙ୍କ ସମେତ ଅଞ୍ଚଳବାସୀ ବିଶେଷ କରି ମହିଳା ମାନେ ଯୋଗଦାନ କରିଥିଲେ ସେହିପରି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡିଠାରେ ରହିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ବେହେରାଙ୍କ ନେତୃତ୍ୱ ରେ ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ଏହି ଦିବସ ପାଳନ କରିବା ସହ ଯୋଗାଭ୍ୟାସ କରିଥିଲେ ନିୟମିତ ଯୋଗ କରିବା ଦ୍ୱାରା କିଭଳି ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ସ୍ଥିର ମନ ସୃଷ୍ଟି ହେବ ଓ ପାଠ ଭଲ ପଢିବାକୁ ଇଚ୍ଛା ବଢିବା ସହ ପାଠ ମନେରହିବ ସେନେଇ ପ୍ରଧାନ ଶିକ୍ଷକ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ।
The post ରୋଗପ୍ରତିଷେଧକ ଶକ୍ତି ବଢାଇବ ଯୋଗ: ଦାରିଙ୍ଗବାଡିରେ ଯୋଗାଭ୍ୟାସ appeared first on Dharitri Odia News.