ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍ ଜବତ
ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ କେ ବଲାଙ୍ଗ ଥାନାରେ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ କେ.ବଲାଙ୍ଗ ଥାନା […] The post ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍ ଜବତ appeared first on Dharitri Odia News.
ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ କେ ବଲାଙ୍ଗ ଥାନାରେ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ କେ.ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଝର ଜିଲାର ବଲାଣି ଥାନା ଅଞ୍ଚଳରେ ଚଢାଉ କରି ଏକ ଚୋରି ବାଇକ୍ ଜବତ କରି ଥିଲା। ଏପରିକି ପୋଲିସ ବାଇକ୍ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସେନାପତି ମୁଣ୍ଡା ନାମକ ଜଣେ ଯୁବକଙ୍କୁ ଆଣି ପଚରାଉଚରା କରିଥିଲା।
ପଚରାଉଚରା ବେଳେ ସେନାପତି ପୋଲିସକୁ ବାଇକ୍ ଚୋରି ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହାକୁ ଆଧାର କରି କେ.ବଲାଙ୍ଗ ପୋଲିସ ଚଢାଉ କରି କେନ୍ଦୁଝର ଜିଲାର ବଲାଣୀ ଅଞ୍ଚଳରୁ ତ୍ରିବନ ମୁଣ୍ଡା(୨୭), ନଟ ମୁଣ୍ଡା(୨୪), ସେନାପତି ମୁଣ୍ଡା(୩୦), ସୁରେଶ ଲୁହାର(୩୫), ରୁଗୁଡି ଥାନା ଅଞ୍ଚଳରୁ ଶୁଶାନ୍ତ ଲୁହାର(୨୮)ଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ୨୧ଟି ଚୋରା ବାଇକ୍ ଜବତ କରିଥିଲା।
ସେହିପରି ଢଂଗରେ ଚଢାଉ କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଚଢାଉ କରିଥିଲେ। ଚଢାଉ ବେଳେ ୯ଟି ବାଇକ୍ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ଅମରୁ ଖାନ୍(୩୦),ସଫଦାର ଖାନ(୩୨)। ଏନେଇ କୋଇଡ଼ା ଥାନାରେ ଏକ ମାମଲା(ନଂ.୧୧୩/୨୦୨୪) ରୁଜୁ ହୋଇଛି। ସେହିପରି କେ.ବଲାଙ୍ଗ ଥାନାରେ ଏକ ମାମଲା
(ନଂ.୭୧/୨୦୨୪) ରୁଜୁ ହୋଇଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଜବତି ୩୦ଟି ବାଇକକୁ ଲୁଟେରାମାନେ କୋଇଡା, ଯୋଡ଼ା, କେ ବଲାଙ୍ଗ, ବଡବିଲ, ବଲାଣୀ, ରୁଗୁଡି, କିରିବୁରୁ ସମେତ ପଡୋଶୀ ଝାଡ଼ଖଣ୍ଡ ଅଞ୍ଚଳରୁ ଚୋରି କରିଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ପଶ୍ଚିମା ଅଞ୍ଚଳ ଡିଆଇଜି ବ୍ରିଜଶ କୁମାର ରାୟ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଆଡିକନାଲ ଏସ୍ପି ପ୍ରଭାଶଙ୍କର ନାୟକ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସୋରାଜ ଦେବତା, କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର, କେ ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବାଇକ ଚୋରି ହେଇଥିବା ୪ଜଣ ବାଇକ୍ ମାଲିକ ଆସି ନିଜ ନିଜ କାଗଜ ପତ୍ର ଦେଖାଇ ବାଇକ୍ ନେଇଥିଲେ। ଚୋରି ବାଇକ୍ ଧରିବାରେ ସହଯୋଗ କରିଥିବା ଯୁବକଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ରାୟ ପୁରସ୍କୃତ କରିଥିଲେ।
The post ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍ ଜବତ appeared first on Dharitri Odia News.