ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର,୨୧ା୨: ବୁଧବାର ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସର୍ବୋଚ୍ଚ ତାପମାତ୍ରା। ସେହିପରି କଟକରେ ଆଜି ଦିନର ତାପମାତ୍ରା ୩୫ ଡିଗ୍ରୀ ରହିଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ଣ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ […] The post ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର appeared first on Dharitri Odia News.
ଭୁବନେଶ୍ୱର,୨୧ା୨: ବୁଧବାର ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସର୍ବୋଚ୍ଚ ତାପମାତ୍ରା। ସେହିପରି କଟକରେ ଆଜି ଦିନର ତାପମାତ୍ରା ୩୫ ଡିଗ୍ରୀ ରହିଥିଲା।
ଆସନ୍ତାକାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ଣ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ହିଟ୍ଓ୍ବେଭ୍କୁ ନେଇ ଆଗୁଆ ସତର୍କ କରାଇଛନ୍ତି ଏସ୍ଆର୍ସି ସତ୍ୟବ୍ରତ ସାହୁ।। ସମସ୍ତ ଜିଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି। ହିଟଓ୍ବେଭ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ସହ ଜନସଚେତନତା କରାଇବାକୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି।
The post ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର appeared first on Dharitri Odia News.