ସୈଫଙ୍କୁ ଛୁରାମାଡ଼ ଘଟଣା: ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ମୁମ୍ବାଇ,୧୭।୧: ଅଭିନେତା ସୈଫ ଅଲ୍ଲି ଖାନ୍ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଯୁବକକୁ ମୁମ୍ବାଇ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫଙ୍କୁ ସନ୍ଦିଗ୍ଧ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ। ବୁଧବାର ରାତି ୨ଟା ୧୫ରେ ଜଣେ ବ୍ୟକ୍ତି ବାନ୍ଦ୍ରାରେ ଥିବା ‘ସତ୍ଗୁରୁ ଶରଣ’ ବିଲ୍ଡିଂର ସୈଫ୍ ପରିବାର ସହ ରହୁଥିବା ଫ୍ଲାଟ୍କୁ ଅନୁପ୍ରବେଶକରି ୬ ଥର ଛୁରାମାଡ଼ କରିଛନ୍ତି। ଏହି ଅତର୍କିତ ଆକ୍ରମଣରେ ସୈଫ୍ଙ୍କ […] The post ସୈଫଙ୍କୁ ଛୁରାମାଡ଼ ଘଟଣା: ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ appeared first on Dharitri Odia News.
ମୁମ୍ବାଇ,୧୭।୧: ଅଭିନେତା ସୈଫ ଅଲ୍ଲି ଖାନ୍ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଯୁବକକୁ ମୁମ୍ବାଇ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି।
ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫଙ୍କୁ ସନ୍ଦିଗ୍ଧ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ।
ବୁଧବାର ରାତି ୨ଟା ୧୫ରେ ଜଣେ ବ୍ୟକ୍ତି ବାନ୍ଦ୍ରାରେ ଥିବା ‘ସତ୍ଗୁରୁ ଶରଣ’ ବିଲ୍ଡିଂର ସୈଫ୍ ପରିବାର ସହ ରହୁଥିବା ଫ୍ଲାଟ୍କୁ ଅନୁପ୍ରବେଶକରି ୬ ଥର ଛୁରାମାଡ଼ କରିଛନ୍ତି। ଏହି ଅତର୍କିତ ଆକ୍ରମଣରେ ସୈଫ୍ଙ୍କ ବେକ, ହାତ ଓ ମେରୁଦଣ୍ଡ ଉପରଭାଗରେ ଗଭୀର ଆଘାତ ଲାଗିଛି। ତେବେ ଲୀଲାବତୀ ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ପରେ ୫୪ ବର୍ଷୀୟ ଅଭିନେତା ବିପଦମୁକ୍ତ ଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛି।
The post ସୈଫଙ୍କୁ ଛୁରାମାଡ଼ ଘଟଣା: ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ appeared first on Dharitri Odia News.