ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ ପ୍ରାୟ ସାତମାସ ହେବ ଏକ ଗୋଠଛଡା ଦନ୍ତା ଦୁଇଶହରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ସାରିଥିବା ବେଳେ ଘଉଡାଇବା କ୍ଷେତ୍ରରେ ବନ ବିଭାଗର ଅସଫଳତା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗତ ରାତିରେ ଏହି ଗୋଠଛଡା ଘୁଷୁରା ଓ କେନାଭେଟା ଅଞ୍ଚଳର ନରସିଂହପୁର, ଗୋପିନାଥପୁର, ପତ୍ରାପାଲି ବସ୍ତିରେ ପଶି ୭ଟି  […] The post ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ….  appeared first on Dharitri Odia News.

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 
ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ ପ୍ରାୟ ସାତମାସ ହେବ ଏକ ଗୋଠଛଡା ଦନ୍ତା ଦୁଇଶହରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ସାରିଥିବା ବେଳେ ଘଉଡାଇବା କ୍ଷେତ୍ରରେ ବନ ବିଭାଗର ଅସଫଳତା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗତ ରାତିରେ ଏହି ଗୋଠଛଡା ଘୁଷୁରା ଓ କେନାଭେଟା ଅଞ୍ଚଳର ନରସିଂହପୁର, ଗୋପିନାଥପୁର, ପତ୍ରାପାଲି ବସ୍ତିରେ ପଶି ୭ଟି  ଘର ଭାଙ୍ଗିଛି ।
କ୍ଷତିଗ୍ରସ୍ତ ପରିବାର ଅସହାୟ ମନେ କରି ବିଭାଗର ସହାୟତା ଭିକ୍ଷା କରିଛନ୍ତି । ଅପର ପକ୍ଷରେ ବଣାଇଁ ବନଖଣ୍ଡରେ ଗତ ଦୁଇଦିନ ତଳେ ଜାମୁଡ଼ିହି ଅଞ୍ଚଳରେ ଅନୁରୂପ ଏକ ଗୋଠ ଛଡାକୁ ଟ୍ରାଙ୍କୁଲାଇଜ କରି ରେଡିଓକୋଲାର ବ୍ୟବସ୍ଥା ଲଗାଯାଇଛି । ରେଡିଓକୋଲାର କାମ ହେଲା ଟ୍ରାକିଂ କିନ୍ତୁ ହାତୀ କେଉଁଠି ଅଛି ଜାଣି ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉ ନ ଥିବା ଘଟଣାକୁ ସମାଜସେବୀ ହବିବ ମହମ୍ମଦ ଖାନ ଦୃଢ଼ ନିନ୍ଦାକରି ଏକ ଭିଡିଓ ବାର୍ତ୍ତାରେ ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଜନ୍ତ୍ର ଲାଗିଲେ ଲୋକେ ଉପକୃତ ହେବେ ବୋଲି କହିବା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବହୁ ସଂଖ୍ୟାରେ ଲୋକେ ଏହାକୁ ପସନ୍ଦ କରିଥିବାରୁ ଏଥିରୁ ଜନଅସନ୍ତୋଷ ସ୍ପଷ୍ଟ ବାରିହେଉଛି । କ୍ଷତି ପୂରଣ ଦେଇଦେବେ କହି କର୍ତ୍ତବ୍ୟ ଶେଷ ବୋଲି ଭାବୁଥିବା ବିଭାଗକୁ କଟାକ୍ଷ କରିଛନ୍ତି ଅଞ୍ଚଳର ସମାଜସେବୀ । କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ସହ ହାତୀକୁ ଅନ୍ୟତ୍ର ନେବାକୁ ସାଧାରଣରେ ଦାବି ହେଉଛି ।

The post ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ….  appeared first on Dharitri Odia News.