କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର ପରେ ଏଭଳି ଅଭିଯୋଗ ଆଣିଲା ଆପ୍
ନୂଆଦିଲ୍ଲୀ,୧୧ା୪: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବହିଷ୍କାର କରାଯାଇଛି। କେନ୍ଦ୍ରୀୟ ସିଭିଲ୍ ସର୍ଭିସ ନିୟମାବଳୀର ଉଲ୍ଲଂଘନ କରାଯାଇ ବୈଭବଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଫଳରେ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ଲାଗିଛି। ଆମ୍ ଆଦ୍ମୀ ପାର୍ଟି (ଆପ୍) ଏଥିପାଇଁ ଉପରାଜ୍ୟପାଳଙ୍କୁ ସମାଲୋଚନା କରିଛି। କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଦଳକୁ ଶେଷ କରିଦେବା ଲାଗି ଭାଜପା ଉଦ୍ୟମ କରୁଥିବା […] The post କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର ପରେ ଏଭଳି ଅଭିଯୋଗ ଆଣିଲା ଆପ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୪: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବହିଷ୍କାର କରାଯାଇଛି। କେନ୍ଦ୍ରୀୟ ସିଭିଲ୍ ସର୍ଭିସ ନିୟମାବଳୀର ଉଲ୍ଲଂଘନ କରାଯାଇ ବୈଭବଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।
ଫଳରେ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ଲାଗିଛି। ଆମ୍ ଆଦ୍ମୀ ପାର୍ଟି (ଆପ୍) ଏଥିପାଇଁ ଉପରାଜ୍ୟପାଳଙ୍କୁ ସମାଲୋଚନା କରିଛି। କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଦଳକୁ ଶେଷ କରିଦେବା ଲାଗି ଭାଜପା ଉଦ୍ୟମ କରୁଥିବା ଆପ୍ ଅଭିଯୋଗ କରିଛି।
ଭିଜିଲାନ୍ସ ବିଭାଗ କହିବା ଅନୁଯାୟୀ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ବୈଭବଙ୍କ ନାଁରେ ୨୦୦୭ରେ ମାମଲା ରୁଜୁ ହୋଇଥିଲା। ସେ ଘରୋଇ ସଚିବ ନିଯୁକ୍ତ ହେବା ସମୟରେ ଉକ୍ତ ମାମଲାକୁ ଲୁଚାଇ ରଖିଥିଲେ ବୋଲି ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶନାମାରେ କୁହାଯାଇଛି।
The post କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର ପରେ ଏଭଳି ଅଭିଯୋଗ ଆଣିଲା ଆପ୍ appeared first on Dharitri Odia News.