ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ବଡ଼ ଆତଙ୍କବାଦୀ ଆକ୍ରମଣ ସୂଚନା
ଶ୍ରୀନଗର,୨୩।୮: ଜମ୍ମୁ କଶ୍ମୀରରେ ବହୁତ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ ହୋଇଯାଇଛନ୍ତି। ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜୋରି, ପୁଛ, କଠୁଆ ଓ ଡୋଡୋରେ ସୁରକ୍ଷା ବଳ ବଢାଇ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର ରଖାଯାଇଛି। ଏଜେନ୍ସିଙ୍କୁ ସୂଚନା […] The post ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ବଡ଼ ଆତଙ୍କବାଦୀ ଆକ୍ରମଣ ସୂଚନା appeared first on Dharitri Odia News.
ଶ୍ରୀନଗର,୨୩।୮: ଜମ୍ମୁ କଶ୍ମୀରରେ ବହୁତ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ ହୋଇଯାଇଛନ୍ତି।
ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜୋରି, ପୁଛ, କଠୁଆ ଓ ଡୋଡୋରେ ସୁରକ୍ଷା ବଳ ବଢାଇ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର ରଖାଯାଇଛି। ଏଜେନ୍ସିଙ୍କୁ ସୂଚନା ମିଳିଛି କି, ଲମ୍ବା ସମୟ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ପ୍ରଭାବିତ କରିବା ପାଇଁ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। କହିରଖୁଛୁ କି, ଚଳିତ ବର୍ଷ ସୁରକ୍ଷା ବଳ ଜମ୍ମୁ କଶ୍ମୀରରେ ୩୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ।
ସୂଚନାଥାଉ କି, ଜମ୍ମୁ କଶ୍ମୀରରେ ୨୦୧୪ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଏଠାରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠି ୯୦ ବିଧାନସଭା ଆସନରେ ମତଦାନ ହେବ।
The post ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ବଡ଼ ଆତଙ୍କବାଦୀ ଆକ୍ରମଣ ସୂଚନା appeared first on Dharitri Odia News.