ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପେଶାଓ୍ବର,୨୧ା୧୧: ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶରେ ଗୁରୁବାର ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ଘଟିଛି। ଏଥିରେ ୨୦ଜଣ ଗୁରୁତର ଆହତ ହୋଇଥିବା ଜଣପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ମିଳିଛି। ଆଫଗାନିସ୍ତାନ ସୀମାକୁ ଲାଗିଥିବା ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶର କୁରାମ ଜିଲାରେ ଆତଙ୍କବାଦୀମାନେ ଗାଡ଼ିଗୁଡ଼ିକ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଗାଡ଼ିଗୁଡ଼ିକ ପରଚିନାରରୁ ପେଶାଓ୍ବର ଯାଉଥିଲା। ମୃତକଙ୍କ ମଧ୍ୟରେ ୮ […] The post ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା appeared first on Dharitri Odia News.

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପେଶାଓ୍ବର,୨୧ା୧୧: ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶରେ ଗୁରୁବାର ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ଘଟିଛି। ଏଥିରେ ୨୦ଜଣ ଗୁରୁତର ଆହତ ହୋଇଥିବା ଜଣପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ମିଳିଛି।

ଆଫଗାନିସ୍ତାନ ସୀମାକୁ ଲାଗିଥିବା ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶର କୁରାମ ଜିଲାରେ ଆତଙ୍କବାଦୀମାନେ ଗାଡ଼ିଗୁଡ଼ିକ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଗାଡ଼ିଗୁଡ଼ିକ ପରଚିନାରରୁ ପେଶାଓ୍ବର ଯାଉଥିଲା। ମୃତକଙ୍କ ମଧ୍ୟରେ ୮ ମହିଳା ଓ ୫ ଛୋଟ ପିଲା ରହିଛନ୍ତି। ଅଧିକାଂଶ ମୃତକ ଶିୟା ସମ୍ପ୍ରଦାୟର ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ତାଲିବାନର ଆଧିପତ୍ୟ ରହିଛି। ଖାଇବର ପଖ୍‌ତୁନ୍‌ଖ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ୍‌ ଖାନ୍‌ ଗଣ୍ଡାପୁର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।

The post ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା appeared first on Dharitri Odia News.