ଏ ବର୍ଷ ନିର୍ଘାତ ଖରା, ଉପକୂଳରେ ଭୟାନକ ତାତି କରିବ କଲବଲ
ଭୁବନେଶ୍ୱର: ଏବେଠାରୁ ତାଉ ଦେଖାଇଲାଣି । ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ । ପାରଦ ୩୪ ଡିଗ୍ରୀ ସେଲସିୟସ୍ ପାର୍ । ଏଇତ ଆରମ୍ଭ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ । ଜାଳିବ, କଲବଲ କରିବ । ଛଟପଟ କରିଦେବ ଜନଜୀବନକୁ । ସାରା ଓଡ଼ିଶା ଜଳିବ । ଗରମ ବାମ୍ଫରେ ଭାଜି ହେବ ଉପକୂଳ ଓଡ଼ିଶା । ଏଭଳି ପୂର୍ବାନୁମାନ ଦେଖାଇଲେଣି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନ ସଂସ୍ଥା । ଜାନୁଆରୀ ତାଉ ସଙ୍କେତ […]

ଭୁବନେଶ୍ୱର: ଏବେଠାରୁ ତାଉ ଦେଖାଇଲାଣି । ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ । ପାରଦ ୩୪ ଡିଗ୍ରୀ ସେଲସିୟସ୍ ପାର୍ । ଏଇତ ଆରମ୍ଭ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ । ଜାଳିବ, କଲବଲ କରିବ । ଛଟପଟ କରିଦେବ ଜନଜୀବନକୁ । ସାରା ଓଡ଼ିଶା ଜଳିବ । ଗରମ ବାମ୍ଫରେ ଭାଜି ହେବ ଉପକୂଳ ଓଡ଼ିଶା । ଏଭଳି ପୂର୍ବାନୁମାନ ଦେଖାଇଲେଣି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନ ସଂସ୍ଥା ।
ଜାନୁଆରୀ ତାଉ ସଙ୍କେତ ଦେଲାଣି- ଏ ବର୍ଷ ରାଜ୍ୟ ଜଳିବ ନିର୍ଘାତ ଖରାରେ । କଲମ୍ବିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ମାସରେ ଭାରତରେ ଭୀଷଣ ଗରମ ଅନୁଭୂତ ହେବ । ସମ୍ଭାବ୍ୟ ଚିତ୍ର ଦେଖାଉଛି, ଉତ୍ତର ଭାରତର କିଛି ଅଂଶ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି ରାଜ୍ୟ ସହ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ରହିବ । ଗତ ବର୍ଷ ତୁଳନାରେ ଏ ବର୍ଷ ଓଡ଼ିଶା ସମେତ ଦେଶରେ ଅଧିକ ଗରମ ଅନୁଭୂତ ହୋଇପାରେ ।
ଏପଟେ ଭାରତୀୟ ପାଣିପାଗ ବିଭାଗର ଫେବ୍ରୁଆରୀ ମାସ ପାଇଁ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଏଥର ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍ । ସାରା ଦେଶରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍ ଅଧିକ ରହିପାରେ । ଓଡ଼ିଶାରେ ବି ଶୀତ ରହିବନି । ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହିବ । ମଝିରେ ମଝିରେ ବର୍ଷା ସମ୍ଭାବନା ବି ଦେଖାଯାଉନି ।