ଟ୍ରମ୍ପ୍ଙ୍କ ଟାରିଫ୍କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା
ଓ୍ବାଶିଂଟନ,୬।୨: ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ୍ ସହ କମ୍ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼କୁ ବାତିଲ କରାଯାଇଥିବାରୁ ବୁଧବାର ଡବ୍ଲ୍ୟୁଟିଓରେ ଚାଇନା ପ୍ରତିବାଦ ଦାଖଲ କରିଛି। ଆମେରିକାର ଏଭଳି ପଦକ୍ଷେପ ସଂରକ୍ଷଣାତ୍ମକ ଏବଂ ଏହାର ଡବ୍ଲ୍ୟୁଟିଓ ନିୟମାବଳୀର ଉଲ୍ଲଂଘନ ବୋଲି ଚାଇନା କହିଛି। ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ […] The post ଟ୍ରମ୍ପ୍ଙ୍କ ଟାରିଫ୍କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା appeared first on Dharitri Odia News.
ଓ୍ବାଶିଂଟନ,୬।୨: ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ୍ ସହ କମ୍ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼କୁ ବାତିଲ କରାଯାଇଥିବାରୁ ବୁଧବାର ଡବ୍ଲ୍ୟୁଟିଓରେ ଚାଇନା ପ୍ରତିବାଦ ଦାଖଲ କରିଛି।
ଆମେରିକାର ଏଭଳି ପଦକ୍ଷେପ ସଂରକ୍ଷଣାତ୍ମକ ଏବଂ ଏହାର ଡବ୍ଲ୍ୟୁଟିଓ ନିୟମାବଳୀର ଉଲ୍ଲଂଘନ ବୋଲି ଚାଇନା କହିଛି। ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ନେଇ ମାଲ୍ ପରିବହନକାରୀ ଏବଂ ଖୁଚୁରା ବିକ୍ରେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲାବେଳେ ବେଜିଂ ଆମେରିକାର ବାଣିଜ୍ୟ ପରାମର୍ଶ ପାଇଁ ନିବେଦନ କରିଛି।
ଟ୍ରମ୍ପ୍ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଚାଇନା ଏବଂ ହଂକଂରୁ ଆସୁଥିବା ସମସ୍ତ କ୍ଷୁଦ୍ର ପ୍ୟାକେଜ୍ ହୋଇଥିବା ସାମଗ୍ରୀ ପହଞ୍ଚତ୍ବା ପୂର୍ବରୁ ସେଗୁଡ଼ିକ ସୀମାଶୁଳ୍କ ବିଭାଗରେ ଏଣ୍ଟ୍ରି ହେବା ଜରୁରୀ। ଏସବୁ କାଗଜପତ୍ର କାମ ହୋଇ ନ ଥବଲେ କେତେକ ପଣ୍ୟ ସାମଗ୍ରୀକୁ ଆମେରିକା ଫେରାଇଦେବ। ଡବ୍ଲ୍ୟୁଟିଓ ସୂଚନା ଅନୁଯାୟୀ ଟାରିଫ୍ ଉପରେ ଆମେରିକାର ପରାମର୍ଶ ପାଇଁ ଚାଇନା ନିବେଦନ କରିଛି।
ଆମେରିକାକୁ ଫେଣ୍ଟାନିଲ୍ ଭଳି ବେଆଇନ ନିଶାଦ୍ରବ୍ୟ ଓ ସେଗୁଡ଼ିକର ମୁଖ୍ୟ ରାସାୟନିକ ସାମଗ୍ରୀ ପ୍ରବେଶ ରୋକିବାକୁ ଟ୍ରମ୍ପ୍ ନୂଆ ଶୁଳ୍କ ଲାଗୁ କରିଛନ୍ତି। ତେବେ ଏଭଳି ଅଭିଯୋଗ ଭୁଲ୍ ଓ ଅମୂଳକ କହି ଚାଇନା ଉଦ୍ବେଗ ପ୍ରକାଶ କରିଛି। ଏଭଳି ଟାରିଫ୍ ଲଗାଯିବା ପକ୍ଷପାତିତା, ଯାହା କେବଳ ଚାଇନାର ମୂଳ ସାମଗ୍ରୀଗୁଡ଼ିକ ଉପରେ ଲାଗୁ ହୋଇଛି। ଏହା ଆମେରିକାର ଡବ୍ଲ୍ୟୁଟିଓ ଦାୟିତ୍ୱ ବିରୋଧୀ ବୋଲି ବେଜିଂ କହିଛି।
The post ଟ୍ରମ୍ପ୍ଙ୍କ ଟାରିଫ୍କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା appeared first on Dharitri Odia News.