ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ
ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି। ମେରୁଯାତ୍ରାରେ ହିଞ୍ଜିଳିର ୨ ଦଣ୍ଡ ପୁଞ୍ଜା ସମେତ ନିକଟବର୍ତ୍ତୀ ପୋଚିଲିମା, ବୁରୁପୋଡା, ସମରଝୋଳ, ଆଲପୁର, ସାରୁର ୨ ଦଳ, କଞ୍ଚୁରୁର ୨ଦଳ, ଗୋଦରାପଲ୍ଲୀ, ଦୁର୍ବନ୍ଧର ୩ ଦଳ, ବେଲଗାଁ, ଡି.ପାଟପୁର, ସାହାପୁର, ରାଳବ, ଖଣ୍ଡରା ଓ କୋଳିଦାସପୁରର ୨ଦଳ ଦଣ୍ଡଦଳର ଦଣ୍ଡନୃତ୍ୟ ଶେଷ ହୋଇଛି। ମାନସିକଧାରୀ ଦଣ୍ଡଭୁକ୍ତା ମାନଙ୍କୁ ନିଜ […] The post ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ appeared first on Dharitri Odia News.
ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି।
ମେରୁଯାତ୍ରାରେ ହିଞ୍ଜିଳିର ୨ ଦଣ୍ଡ ପୁଞ୍ଜା ସମେତ ନିକଟବର୍ତ୍ତୀ ପୋଚିଲିମା, ବୁରୁପୋଡା, ସମରଝୋଳ, ଆଲପୁର, ସାରୁର ୨ ଦଳ, କଞ୍ଚୁରୁର ୨ଦଳ, ଗୋଦରାପଲ୍ଲୀ, ଦୁର୍ବନ୍ଧର ୩ ଦଳ, ବେଲଗାଁ, ଡି.ପାଟପୁର, ସାହାପୁର, ରାଳବ, ଖଣ୍ଡରା ଓ କୋଳିଦାସପୁରର ୨ଦଳ ଦଣ୍ଡଦଳର ଦଣ୍ଡନୃତ୍ୟ ଶେଷ ହୋଇଛି। ମାନସିକଧାରୀ ଦଣ୍ଡଭୁକ୍ତା ମାନଙ୍କୁ ନିଜ ନିଜ ଗ୍ରାମବାସୀ ବରଣ କରିବା ପରେ ଦଣ୍ଡଦଳ ଗ୍ରାମ ପରିକ୍ରମା କରି ପରେ ଧୂଳି ଦଣ୍ଡ ପରେ ପାଣିଦଣ୍ଡରେ ସାମିଲ ହୋଇଥିଲେ। ପରେ ସମସ୍ତେ ମେରୁମଣ୍ଡପରେ ଏକତ୍ରିତ ହୋଇଥିଲେ। ମେରୁ ମଣ୍ଡପରେ ଢୋଲ, ଘଣ୍ଟ, ମହୁରୀର ତାଳେ ତାଳେ ମା’ ଦଣ୍ଡକାଳୀଙ୍କୁ ଆବାହନ କରିବା ଆଧ୍ୟାତ୍ମିତ ପରିବେଷ ସୃଷ୍ଟି କରିଥିଲା। ଶ୍ରଦ୍ଧାଳୁମାନେ ଯେପରି ମେରୁମଣ୍ଡପର ଦୃଶ୍ୟ ସୁବିଧାରେ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା। ମେରୁସ୍ଥଳ ଚତୁଃପାର୍ଶ୍ୱରେ ବିଭିନ୍ନ ରକମର ଖେଳଣା, ବାରମଜା, ଘରକରଣା ସାମଗ୍ରୀ ସମେତ ବହୁ ରକମର ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାର ଗଢି ଉଠିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ଫୋର୍ସ ମୃତୟନ ଥିଲେ।
The post ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ appeared first on Dharitri Odia News.