ଝୁଲିଛି ୩୯ ଆସନ: ଅଧିକାଂଶରେ ବିଦ୍ରୋହୀ ଚିନ୍ତା
ଭୁବନେଶ୍ୱର,୬ା୪(ଅନିଲ ଦାସ): ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି। ଘୋଷଣା ହୋଇ ନ ଥିବା ଅଧିକାଂଶ ଆସନରେ ବିଧାୟକମାନଙ୍କୁ କଡା ଟକ୍କର ଦେଉଛନ୍ତି ଆଶାୟୀ ପ୍ରାର୍ଥୀ। ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ନବୀନ ନିବାସ ଯାଏ ଆଶାୟୀମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ୨୦ରୁ ଅଧିକ […] The post ଝୁଲିଛି ୩୯ ଆସନ: ଅଧିକାଂଶରେ ବିଦ୍ରୋହୀ ଚିନ୍ତା appeared first on Dharitri Odia News.
ଭୁବନେଶ୍ୱର,୬ା୪(ଅନିଲ ଦାସ): ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି। ଘୋଷଣା ହୋଇ ନ ଥିବା ଅଧିକାଂଶ ଆସନରେ ବିଧାୟକମାନଙ୍କୁ କଡା ଟକ୍କର ଦେଉଛନ୍ତି ଆଶାୟୀ ପ୍ରାର୍ଥୀ। ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ନବୀନ ନିବାସ ଯାଏ ଆଶାୟୀମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ୨୦ରୁ ଅଧିକ ଆସନକୁ ନେଇ ବିଜେଡି ଚିନ୍ତାରେ ପଡ଼ିଛି।
ଭୁବନେଶ୍ୱର ମଧ୍ୟ, ଜଗତ୍ସିଂହପୁର ଜିଲାର ପାରାଦୀପ, ଏରସମା-ବାଲିକୁଦା, ଖୋର୍ଦ୍ଧା, ବେଗୁନିଆ, କୋରେଇ, ନିମାପଡା, ଚିଲିକା ଭଳି ଅନେକ ଆସନରେ କାହା ଟିକେଟ କଟିବ ଓ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେଡିରେ ମାନସ ମନ୍ଥନ ଚାଲିଛି। ଜଗତ୍ସିଂହପୁରର ପାରାଦୀପ ଓ ବାଲିକୁଦା-ଏରସମା ବିଧାନସଭା ପାଇଁ ଛକାପଞ୍ଝା ଚାଲିଛି। ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପୁଣି ଥରେ ଟିକେଟ ଲବିରେ ଆଗରେ ଥିବାବେଳେ ଏଠାରେ କଂଗ୍ରେସ ଛାଡ଼ିଥିବା ନେତା ବାପି ସର୍ଖେଲ ଲଢ଼ିବାକୁ ଚାହୁଁଛନ୍ତି। କୁହାଯାଉଛି ଦଳ ପାରାଦୀପରୁ ବାପି ସର୍ଖେଲଙ୍କୁ ଟିକେଟ ଦେଇ ସମ୍ବିତଙ୍କୁ ବାଲିକୁଦା-ଏରସମା ପଠାଇ ଦେଇପାରେ। ଯଦି ସମ୍ବିତଙ୍କୁ ବାଲିକୁଦା ପାଇଁ ଟିକେଟ ଦିଆଯିବ, ବିଧାୟକ ରଘୁନନ୍ଦନ ଦାସ ଗୋଷ୍ଠୀ ବିରୋଧ କରିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ମଧ୍ୟ ଦଳ ଏଯାଏ ଥଇଥାନ କରିପାରିନାହିଁ। ସେହିପରି ବାଲେଶ୍ୱର ଲୋକ ସଭା ସହ ଏହା ଅଧୀନ ୩ ବିଧାନସଭା ଆସନରେ ମଧ୍ୟ ବିଜେଡିରେ ସ୍ଥିତି ସଙ୍ଗିନ ରହିଛି। ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀ ଜେନା ବସ୍ତାରୁ ଟିକେଟ ପାଇବା ପରେ ବାଲେଶ୍ୱର ଲୋକ ସଭା ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ରବୀନ୍ଦ୍ର ଜେନା ଏବଂ ବାଲେଶ୍ୱର ବିଧାନସଭା ପ୍ରାର୍ଥୀ ସ୍ବରୂପ ଦାସଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନ ଥିବାରୁ ବିଜେଡି ଲୋକ ସଭା ଆସନରେ ନୂଆ ପ୍ରାର୍ଥୀ ଯୋଗାଡ଼ରେ ରହିଥିବା କୁହାଯାଉଛି। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପୁଅକୁ ଆଣି ଏଠାରେ ବିଜେଡି ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି। ଏହା ହେଲେ ରବୀନ୍ଦ୍ର ଜେନାଙ୍କ ସମର୍ଥନ ନୂଆ ପ୍ରାର୍ଥୀଙ୍କୁ କେତେ ମିଳିବ ତାହା ସନ୍ଦେହଜନକ। ଅନ୍ୟପକ୍ଷରେ ସିମୁଳିଆ ଓ ନୀଳଗିରି ଆସନକୁ ନେଇ ଦଳରେ ଛକାପଞ୍ଝା ଚାଲିଛି। ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଥିବା ବିଧାୟକ ସୁକାନ୍ତ ନାୟକଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେଠାକାର ବିଜେଡି ନେତା ସନ୍ତୋଷ ଖଟୁଆ ମଧ୍ୟ ଜୋର୍ଦାର ଲବି ଚଳାଇଛନ୍ତି। ସେହିପରି ସିମୁଳିଆରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପାଣିଗ୍ରାହୀ ଥିବାବେଳେ ଶଶୀ ସାହୁ ଲବିରେ ରହିଛନ୍ତି।
ସେହିପରି ଖୋର୍ଦ୍ଧା ଜିଲାର ୩ ଆସନ ଚିଲିକା, ବେଗୁନିଆ ଓ ଖୋର୍ଦ୍ଧାକୁ ନେଇ ଦଳ ଏବେ ଦ୍ୱନ୍ଦ୍ୱରେ ରହିଛି। ଚିଲିକାରେ ପ୍ରସନ୍ନ ପାଟଶାଣୀଙ୍କୁ ମଇଦାନକୁ ଓହ୍ଲାଇବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ପ୍ରାର୍ଥିତ୍ୱକୁ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ଗୋଷ୍ଠୀ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ବିତାଡ଼ିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ପରେ ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ଆସନକୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ରହିଛି। ଜଗଦ୍ଦେବ ଖୋର୍ଦ୍ଧାରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବିରୋଧରେ ଜିତୁ ମିତ୍ର ନା ଆଉ କାହାକୁ ଦଳ ଟିକେଟ ଦେବ ତାହା ଉପରେ ରହିଛି ନଜର। ସେହିପରି ବେଗୁନିଆରେ ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରଦୀପ ସାହୁ ମଧ୍ୟ ଟିକେଟ ଲବିରେ ରହିଛନ୍ତି।
ଭୁବନେଶ୍ୱର-ମଧ୍ୟ ଆସନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ସେହିପରି ଯାଜପୁର ଜିଲାର କୋରେଇ ବିଧାନସଭା ଆସନରେ ମଧ୍ୟ ରାଜନୀତି ରୋଚକ ହେବାରେ ଲାଗିଛି। ଗୋଟିଏ ପଟେ ଭାଜପା ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ବିଜେଡି ଓ କଂଗ୍ରେସ ଝୁଲାଇ ରଖିଛନ୍ତି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନଁା ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରଣବଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍ ଦେବାକୁ ଦାବି କଲେଣି। କୋରେଇ ବିଧାୟକ ଅଶୋକ ବଳ ମଧ୍ୟ ଟିକେଟ ଲବିରେ ରହିଛନ୍ତି। ଏସବୁ ଭିତରେ ବିଜେଡି ବିରୋଧୀଙ୍କୁ ମ୍ୟାନେଜ୍ କରି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ଏବେ ସଭଁିଙ୍କ ନଜର।
The post ଝୁଲିଛି ୩୯ ଆସନ: ଅଧିକାଂଶରେ ବିଦ୍ରୋହୀ ଚିନ୍ତା appeared first on Dharitri Odia News.