ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର ସାରେ ପୁଣିଥରେ ଆମରଣ ଅନଶନରେ ବସିଛନ୍ତି। ପଶ୍ଚିମବଙ୍ଗ ସରକାର ସେମାନଙ୍କ ଦାବି ପୂରଣ କରିନାହାଁନ୍ତି ବୋଲି ଡାକ୍ତରମାନେ ଦାବି କରିଛନ୍ତି। କୋଲକାତାର ମଧ୍ୟଭାଗରେ ଥିବା ଧର୍ମତାଲା ଅଞ୍ଚଳର ଡୋରିନା କ୍ରସିଂରେ ଡାକ୍ତରମାନେ ଶୁକ୍ରବାର ଧର୍ମଘଟ କରିଥିଲେ ଏବଂ ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ୨୪ […] The post ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର appeared first on Dharitri Odia News.

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର ସାରେ ପୁଣିଥରେ ଆମରଣ ଅନଶନରେ ବସିଛନ୍ତି। ପଶ୍ଚିମବଙ୍ଗ ସରକାର ସେମାନଙ୍କ ଦାବି ପୂରଣ କରିନାହାଁନ୍ତି ବୋଲି ଡାକ୍ତରମାନେ ଦାବି କରିଛନ୍ତି।

କୋଲକାତାର ମଧ୍ୟଭାଗରେ ଥିବା ଧର୍ମତାଲା ଅଞ୍ଚଳର ଡୋରିନା କ୍ରସିଂରେ ଡାକ୍ତରମାନେ ଶୁକ୍ରବାର ଧର୍ମଘଟ କରିଥିଲେ ଏବଂ ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ।

ଜଣେ ଜୁନିଅର ଡାକ୍ତର କହିଛନ୍ତି, ରାଜ୍ୟ ସରକାର ସମୟସୀମା ମଧ୍ୟରେ ଆମର ଦାବି ପୂରଣ କରିବାରେ ବିଫଳ ହୋଇଥିଲେ, ତେଣୁ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆମରଣ ଅନଶନ ଆରମ୍ଭ କରୁଛୁ। ଏଥିରେ ସ୍ବଚ୍ଛତା ବଜାୟ ରଖିବା ପାଇଁ, ଆମେ ମଞ୍ଚରେ ସିସିଟିଭି କ୍ୟାମେରା ଲଗାଇଛୁ ଯେଉଁଠାରେ ଆମର ବନ୍ଧୁମାନେ ଅନଶନ କରିବେ।
ସେ କହିଛନ୍ତି, ଆମର ପ୍ରତିଶ୍ରୁତି ଅନୁଯାୟୀ ଆମେ ଡ୍ୟୁଟିକୁ ଯିବୁ, କିନ୍ତୁ ଆମେ କିଛି ଖାଇବୁ ନାହିଁ। ଜଣେ ଜୁନିଅର ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ୬ଜଣ ଉପବାସରେ ଅଛନ୍ତି।

The post ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର appeared first on Dharitri Odia News.