ଇପିଏଫ୍‌ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୧(ଅନୁରାଧା ମହାରଣା): ୨୦୨୩ ନଭେମ୍ବରରେ ପ୍ରାୟ ୧୩.୯୫ ଲକ୍ଷ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ରେ ଯୋଗଦେଇଛନ୍ତି। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ୧୮-୨୫ ବର୍ଷ ବୟସର ଯୁବବର୍ଗସଂଖ୍ୟା ସର୍ବାଧିକ ୫୭.୩୦ ପ୍ରତିଶତ ରହିଛି। ଶନିବାର ଇପିଏଫ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଦର୍ଶାଇଛି ଯେ ନଭେମ୍ବର ମାସରେ ଯୋଡ଼ିହୋଇଥିବା ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୧.୯୪ ଲକ୍ଷ ନୂତନ ସଦସ୍ୟ ମହିଳା। ସେମାନେ ପ୍ରଥମ ଥର ପାଇଁ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ବର୍ତ୍ତମାନ ମୋଟ ମହିଳା ସଦସ୍ୟଙ୍କ […] The post ଇପିଏଫ୍‌ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ appeared first on Dharitri Odia News.

ଇପିଏଫ୍‌ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୧(ଅନୁରାଧା ମହାରଣା): ୨୦୨୩ ନଭେମ୍ବରରେ ପ୍ରାୟ ୧୩.୯୫ ଲକ୍ଷ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ରେ ଯୋଗଦେଇଛନ୍ତି। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ୧୮-୨୫ ବର୍ଷ ବୟସର ଯୁବବର୍ଗସଂଖ୍ୟା ସର୍ବାଧିକ ୫୭.୩୦ ପ୍ରତିଶତ ରହିଛି। ଶନିବାର ଇପିଏଫ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଦର୍ଶାଇଛି ଯେ ନଭେମ୍ବର ମାସରେ ଯୋଡ଼ିହୋଇଥିବା ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୧.୯୪ ଲକ୍ଷ ନୂତନ ସଦସ୍ୟ ମହିଳା। ସେମାନେ ପ୍ରଥମ ଥର ପାଇଁ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ବର୍ତ୍ତମାନ ମୋଟ ମହିଳା ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨.୮୦ ଲକ୍ଷ ରହିଛି। ଗ୍ରାହକଙ୍କ ଅଭିବୃଦ୍ଧି ମଧ୍ୟରୁ ମହିଳା ସଦସ୍ୟଙ୍କ ସଂଖ୍ୟା ୨୦.୦୫ ପ୍ରତିଶତ ଥିଲା। ୨୦୨୩ ସେପ୍ଟେମ୍ବର ପରଠାରୁ ଏହି ସଂଖ୍ୟା ସର୍ବାଧିକ ରହିଛି। ସଂଗଠିତ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଥିବା ଇପିଏଫ୍‌ଓରେ ଅଧିକ ସଂଖ୍ୟକ ମହିଳା ଯୋଡ଼ି ହୋଇପାରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ଇପିଏଫ୍‌ଓ ସଦସ୍ୟଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ଅଧିକ ରହିଛି। ନଭେମ୍ବରରେ ପ୍ରାୟ ୧୦.୬୭ ଲକ୍ଷ ସଦସ୍ୟ ଇପିଏଫ୍‌ଓ ଛାଡିଥିଲେ। ମାତ୍ର ଅନ୍ୟତ୍ର ନିଯୁକ୍ତି ପାଇବା ପରେ ପୁଣି ଇପିଏଫ୍‌ଓରେ ଯୋଗଦେଇଛନ୍ତି। ଏହି ସଦସ୍ୟମାନେ ଇପିଏଫ୍‌ଓ ଅଧୀନରେ ଆସୁଥିବା କମ୍ପାନୀଗୁଡିକରେ ଚାକିରିରେ ଯୋଗଦେଇଥିଲେ। ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ, ହରିୟାଣା ଏବଂ ଦିଲ୍ଲୀରେ ସର୍ବାଧିକ ସଦସ୍ୟ ସଂଖ୍ୟା ରେକର୍ଡ କରାଯାଇଛି। ଏହି ରାଜ୍ୟଗୁଡିକ ସମୁଦାୟ ସଦସ୍ୟ ଅଭିବୃଦ୍ଧିରେ ପ୍ରାୟ ୫୮.୮୧ ପ୍ରତିଶତ ଯୋଗଦେଇଛନ୍ତି। ନଭେମ୍ବର ମାସରେ ସମୁଦାୟ ୮.୨୦ ଲକ୍ଷ ସଦସ୍ୟ ଯୋଗ ଦେଇଥିଲେ। ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨୧.୬୦ ପ୍ରତିଶତ ନୂତନ ସଦସ୍ୟ ଏହି ସମୟ ମଧ୍ୟରେ ଇପିଏଫ୍‌ଓରେ ଯୋଗଦେଇଥିଲେ। ଇପିଏଫ୍‌ଓ ଅନୁଯାୟୀ କୃଷି ଫାର୍ମ, କଫି ପ୍ଲାଣ୍ଟ, ଚିନି, ରବର ପ୍ଲାଣ୍ଟ, ଟାଇଲ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସଦସ୍ୟଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି। ପ୍ରାୟ ୪୧.୯୪ ପ୍ରତିଶତ ନୂତନ ସଦସ୍ୟ ଏକ୍ସପର୍ଟ ସର୍ଭିସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସୂଚନା ଥାଉକି, ଇପିଏଫ୍‌ଓ ତଥ୍ୟ ପ୍ରତି ମାସରେ ଅପ୍‌ଡେଟ୍‌ ହୁଏ। ଏହାକୁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍‌) ମାଧ୍ୟମରେ ଗଣନା କରାଯାଏ। ପ୍ରଥମ ଥର ପାଇଁ ଇପିଏଫ୍‌ଓରେ ଯୋଗଦେଉଥିବା ସଦସ୍ୟଙ୍କ ସଂଖ୍ୟା, ଇପିଏଫ୍‌ କଭରେଜରୁ ସଦସ୍ୟତା ପ୍ରତ୍ୟାହାର ସଂଖ୍ୟା ଏବଂ ପୁନଃ ଯୋଗଦାନ କରୁଥିବା ସଦସ୍ୟଙ୍କ ରିପୋର୍ଟ ଜାରି କରାଯାଏ।

The post ଇପିଏଫ୍‌ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ appeared first on Dharitri Odia News.