ମାନଗୋବିନ୍ଦଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲା ଭାଜପା

ଦାରିଙ୍ଗବାଡି,୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ଦଳ ପକ୍ଷରୁ ମାନଗୋବିନ୍ଦ ପ୍ରଧାନଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବରୁ ଦଳ ୨୦୧୪ରେ ମାନଗୋବିନ୍ଦଙ୍କୁ ପ୍ରାର୍ଥୀ କରିଥିଲା। ସେହିସମୟରେ କଂଗ୍ରେସର ଯାକବ ପ୍ରଧାନ ୪୫ହଜାର ୯୫୮ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡି ପ୍ରଦୀପ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। ସେ ଯାକବ ପ୍ରଧାନଙ୍କଠାରୁ ପ୍ରାୟ […] The post ମାନଗୋବିନ୍ଦଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲା ଭାଜପା appeared first on Dharitri Odia News.

ମାନଗୋବିନ୍ଦଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲା ଭାଜପା

ଦାରିଙ୍ଗବାଡି,୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ଦଳ ପକ୍ଷରୁ ମାନଗୋବିନ୍ଦ ପ୍ରଧାନଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ପୂର୍ବରୁ ଦଳ ୨୦୧୪ରେ ମାନଗୋବିନ୍ଦଙ୍କୁ ପ୍ରାର୍ଥୀ କରିଥିଲା। ସେହିସମୟରେ କଂଗ୍ରେସର ଯାକବ ପ୍ରଧାନ ୪୫ହଜାର ୯୫୮ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡି ପ୍ରଦୀପ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। ସେ ଯାକବ ପ୍ରଧାନଙ୍କଠାରୁ ପ୍ରାୟ ୧୦ ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଥିବା ବେଳେ ଭାଜପାର ମାନଗୋବିନ୍ଦ ପ୍ରଧାନ ତୃତୀୟ ସ୍ଥାନରେ ରହିଥିଲେ।

ମାନ ଗୋବିନ୍ଦ ଦଳର ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ହୋଇଥିବା ବେଳେ ଦଳ ତାଙ୍କୁ ପୁଣି ଥରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ଦେଇଛି। ଏବେ ମାନଗୋବିନ୍ଦ ଦଳର ଜିଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ମାନଗୋବିନ୍ଦଙ୍କ ଟିକେଟ ଘୋଷଣା ପରେ ଭାଜପା କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡି ମଣ୍ଡଳରେ କର୍ମୀମାନେ ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି।

The post ମାନଗୋବିନ୍ଦଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲା ଭାଜପା appeared first on Dharitri Odia News.