ବରଗଡ଼ ଧନୁଯାତ୍ରା: ଉଦ୍ଘାଟିତ ହେଲା ରଙ୍ଗମହଲ
ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶନିବାର ଦ୍ୱିତୀୟ ଦିବସରେ ମଥୁରାନଗରୀସ୍ଥିତ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦ୍ଘାଟିତ ହୋଇଯାଇଛି। କଂସ ମହାରାଜା ମଥୁରା ଭ୍ରମଣ ସାରି ସେଠାରେ ପହଞ୍ଚିବା ପରେ ଧନୁଯାତ୍ରା ମହୋତ୍ସବ ସଭାପତି ତଥା ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଏହାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ କଂସ ମହାରାଜାଙ୍କ ସମେତ ବରଗଡ଼ ଏମ୍ପି ପ୍ରଦୀପ କୁମାର ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଧନୁଯାତ୍ରା […] The post ବରଗଡ଼ ଧନୁଯାତ୍ରା: ଉଦ୍ଘାଟିତ ହେଲା ରଙ୍ଗମହଲ appeared first on Dharitri Odia News.
ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶନିବାର ଦ୍ୱିତୀୟ ଦିବସରେ ମଥୁରାନଗରୀସ୍ଥିତ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦ୍ଘାଟିତ ହୋଇଯାଇଛି। କଂସ ମହାରାଜା ମଥୁରା ଭ୍ରମଣ ସାରି ସେଠାରେ ପହଞ୍ଚିବା ପରେ ଧନୁଯାତ୍ରା ମହୋତ୍ସବ ସଭାପତି ତଥା ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଏହାକୁ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ସମାରୋହରେ କଂସ ମହାରାଜାଙ୍କ ସମେତ ବରଗଡ଼ ଏମ୍ପି ପ୍ରଦୀପ କୁମାର ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଧନୁଯାତ୍ରା ମହୋତ୍ସବ ସମିତି ଆବାହକ ତଥା ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ରଙ୍ଗମହଲ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରଙ୍ଗମହଲ ଉଦ୍ଘାଟନ ପରେ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ। କଳାକାରଙ୍କ ନୃତ୍ୟ ପରିବେଷଣ ପରେ କଂସ ମହାରାଜା ହାତୀ ପିଠିରେ ବସି ହାଟପଦାସ୍ଥିତ ରାଜ ଦରବାରକୁ ଯାଇଥିଲେ। ସେଠାରେ ପୁଣି ଦୈବବାଣୀ ଶୁଣି କଂସ ବିଚଳିତ ହୋଇ ପଡ଼ିଥିଲେ। ଅନ୍ୟପଟେ କାରାଗାର (ସମଲେଶ୍ୱରୀ ମଣ୍ଡପ)ରେ ବନ୍ଦୀ ଦେବକୀଙ୍କ କୋଳରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ବସୁଦେବ ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ଯାଇଥିଲେ ଏବଂ ସେଠାରେ ନନ୍ଦରାଣୀ, ନନ୍ଦରାଜାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଛାଡ଼ିଥିଲେ। ଅପରପକ୍ଷେ ସେଠାରୁ ବିଜୁଳିକନ୍ୟାଙ୍କୁ ଧରି ବସୁଦେବ ନିଶାର୍ଦ୍ଧରେ କାରାଗାର ପ୍ରତ୍ୟାବର୍ତ୍ତନ କରିଥିଲେ।
The post ବରଗଡ଼ ଧନୁଯାତ୍ରା: ଉଦ୍ଘାଟିତ ହେଲା ରଙ୍ଗମହଲ appeared first on Dharitri Odia News.