ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍, ତଦାରଖ କଲେ ବିଧାୟକ
ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଛି ଏକ ପର୍ଯ୍ୟଟନସ୍ଥଳୀ ବିଏନ୍ ପ୍ୟାଲେସ ବା ବୃନ୍ଦାବନ ପ୍ୟାଲେସ। କିନ୍ତୁ ଯେଉଁଭଳି ଭାବେ ଏହି ପ୍ୟାଲେସକୁ ବାରମ୍ବାର ଅବହେଳା କରାଯାଉଛି, ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୃନ୍ଦାବନ ପ୍ୟାଲେସ ପାଲଟିଛି ଭୂତ କୋଠି। ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ବୃନ୍ଦାବନ ପ୍ୟାଲେସ। ମହାରାଜାଙ୍କ ଏହି ସମ୍ପତ୍ତିକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତି ସଂଗ୍ରହାଳୟ କରିବା ପାଇଁ ପ୍ରସ୍ତାବ […] The post ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍, ତଦାରଖ କଲେ ବିଧାୟକ appeared first on Dharitri Odia News.
ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଛି ଏକ ପର୍ଯ୍ୟଟନସ୍ଥଳୀ ବିଏନ୍ ପ୍ୟାଲେସ ବା ବୃନ୍ଦାବନ ପ୍ୟାଲେସ। କିନ୍ତୁ ଯେଉଁଭଳି ଭାବେ ଏହି ପ୍ୟାଲେସକୁ ବାରମ୍ବାର ଅବହେଳା କରାଯାଉଛି, ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୃନ୍ଦାବନ ପ୍ୟାଲେସ ପାଲଟିଛି ଭୂତ କୋଠି। ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ବୃନ୍ଦାବନ ପ୍ୟାଲେସ। ମହାରାଜାଙ୍କ ଏହି ସମ୍ପତ୍ତିକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତି ସଂଗ୍ରହାଳୟ କରିବା ପାଇଁ ପ୍ରସ୍ତାବ ଥିବା ବେଳେ ସରକାର ଏହାକୁ ଦୃଷ୍ଟି ଦେଉନଥିବା ଗଜପତି ଜିଲା ତଥା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତି ଅପମାନ ଓ ବୈମାତୃକ ମନୋଭାବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତୁରନ୍ତ ଏହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ପାରଳାବାସୀ ଦାବି କରିଛନ୍ତି। କିଛି ଦିନ ତଳେ ପ୍ରଥମ ମହଲାକୁ ଯିବା ଶିଡ଼ିର ଗ୍ରୀଲ୍ଗୁଡ଼ିକୁ ଦୁର୍ବୃତ୍ତ ଚୋରି କରି ନେଇଥିବା ଦେଖିବାକୁ ମିଳିଛି। ଏଇ ସବୁ ଖବର ପାଇ ତୁରନ୍ତ ମାନ୍ୟବର ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ବୃନ୍ଦାବନ ପ୍ୟାଲେସ ଯାଇ ତଦାରଖ କରି, ଏଭଳି ବ୍ୟବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ଏହାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ଖୁବ୍ଶୀଘ୍ର ଏହାର ମରାମତି ପାଇଁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।
The post ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍, ତଦାରଖ କଲେ ବିଧାୟକ appeared first on Dharitri Odia News.