ମାତାଲ ଟ୍ରକ୍ ଡ୍ରାଇଭର ନୟାଗଡ଼ର ବସ୍ ଦୁର୍ଘଟଣାର କାରଣ: ପରିବହନ କମିଶନ
ନୟାଗଡ଼,୨୭।୧: ନୟାଗଡ଼ର ଦଶପଲ୍ଲା ଅଞ୍ଚଳରେ ପିକନିକ୍ ବସ୍ ଏବଂ ଏକ ଟ୍ରକ୍ ଦୁର୍ଘଟଣା ମାମଲାରେ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଦୁର୍ଘଟଣା ସମୟରେ ଡ୍ରାଇଭର ଟ୍ରକ୍ ଚଲାଉ ନ ଥିବା କହିଛନ୍ତି ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି। କେବଳ ଏତିକି ନୁହେଁ, ଟ୍ରକ୍ ଚଲାଉଥିବା ବ୍ୟକ୍ତି ମଦ୍ୟପାନ କରି ଏହି ଦୁର୍ଘଟଣାକୁ ଘଟାଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ତିନିଜଣ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର […] The post ମାତାଲ ଟ୍ରକ୍ ଡ୍ରାଇଭର ନୟାଗଡ଼ର ବସ୍ ଦୁର୍ଘଟଣାର କାରଣ: ପରିବହନ କମିଶନ appeared first on Dharitri Odia News.
ନୟାଗଡ଼,୨୭।୧: ନୟାଗଡ଼ର ଦଶପଲ୍ଲା ଅଞ୍ଚଳରେ ପିକନିକ୍ ବସ୍ ଏବଂ ଏକ ଟ୍ରକ୍ ଦୁର୍ଘଟଣା ମାମଲାରେ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଦୁର୍ଘଟଣା ସମୟରେ ଡ୍ରାଇଭର ଟ୍ରକ୍ ଚଲାଉ ନ ଥିବା କହିଛନ୍ତି ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି। କେବଳ ଏତିକି ନୁହେଁ, ଟ୍ରକ୍ ଚଲାଉଥିବା ବ୍ୟକ୍ତି ମଦ୍ୟପାନ କରି ଏହି ଦୁର୍ଘଟଣାକୁ ଘଟାଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ତିନିଜଣ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି।
ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ ରୁ ଅଧିକ ବିଦ୍ୟାର୍ଥୀ ପିକନିକ୍ ପାଇଁ ବଲାଙ୍ଗୀରର ହରିଶଙ୍କର ଏବଂ ନରସିଂହନାଥ ଅଭିମୁଖେ ଯାଉଥିଲେ। ଏତିକି ବେଳେ ଦଶପଲ୍ଲା ଥାନା ଅନ୍ତର୍ଗତ ଶାଳବାଙ୍ଗ ଜଙ୍ଗଲ ରାସ୍ତା ବୁଗୁଡା ନିକଟରେ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ମହାନ୍ତିଙ୍କ କହିବାନୁସାରେ, ‘ଟ୍ରକକୁ ଡ୍ରାଇଭଙ୍କ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଚଲାଇଥିଲା ଏବଂ ସେ ମାତାଲ ଅବସ୍ଥାରେ ଥିଲେ।’
ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାନ୍ତି କହିଛନ୍ତି। ଏହାସହ ସେ କହିଛନ୍ତି ଯେ,“ଯେତେବେଳେ ବି ଏକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥିମାନେ ପିକନିକ୍ କରିବାକୁ ଯାଉଛନ୍ତି, କର୍ତ୍ତୃପକ୍ଷ ରାତିରେ ଯାତ୍ରା ଆରମ୍ଭ କରିବା ଉଚିତ୍ ନୁହେଁ। ସେମାନେ ସକାଳୁ ଯାତ୍ରା ଆରମ୍ଭ କରି ସନ୍ଧ୍ୟା ସୁଦ୍ଧା ଫେରିବା ଉଚିତ୍।’
The post ମାତାଲ ଟ୍ରକ୍ ଡ୍ରାଇଭର ନୟାଗଡ଼ର ବସ୍ ଦୁର୍ଘଟଣାର କାରଣ: ପରିବହନ କମିଶନ appeared first on Dharitri Odia News.