ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମସ୍ଥିତ ସମୁଦ୍ର ବେଳାଭୂମିରେ କିଛି ମଲା କଇଁଛ ପଡ଼ିଥିବା ଏବଂ ସେମାନଙ୍କୁ ବିଲୁଆ କୁକୁର ଖାଉଥିବା ଦେଖିବାକୁ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଖଲିକୋଟ ବନ ବିଭାଗ କର୍ମଚାରୀ ଉକ୍ତ ମଲା କଇଁଛ ଗୁଡିକୁ ଅତି ତରବରିଆ ଭାବେ ଗାତ ଖୋଲି ପୋତୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଅଗଭୀର ସମୁଦ୍ର ନୀଳ ଜଳ ରାଶିରେ ବର୍ତମାନ କଇଁଛ ମାନେ […] The post ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର appeared first on Dharitri Odia News.

ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମସ୍ଥିତ ସମୁଦ୍ର ବେଳାଭୂମିରେ କିଛି ମଲା କଇଁଛ ପଡ଼ିଥିବା ଏବଂ ସେମାନଙ୍କୁ ବିଲୁଆ କୁକୁର ଖାଉଥିବା ଦେଖିବାକୁ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଖଲିକୋଟ ବନ ବିଭାଗ କର୍ମଚାରୀ ଉକ୍ତ ମଲା କଇଁଛ ଗୁଡିକୁ ଅତି ତରବରିଆ ଭାବେ ଗାତ ଖୋଲି ପୋତୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ଅଗଭୀର ସମୁଦ୍ର ନୀଳ ଜଳ ରାଶିରେ ବର୍ତମାନ କଇଁଛ ମାନେ ଦଳଦଳ ବୁଲୁ ଥିବା ବେଳେ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହେଉଥିବା ବେଳେ ସମୁଦ୍ର ଉଚ୍ଚ ଲହଡିରେ ମଲା କଇଁଛ ଗୁଡିକ ବେଳାଭୂମିରେ ଲାଗୁଛନ୍ତି। କିଛି କଇଁଛ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ କିଛି କଇଁଛ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଆଉ କିଛି କଇଁଛର ଅନ୍ତ ବୁଜୁଳା ବାହାରି ଥିବା ଦେଖିବାକୁ ମିଳିଛି। ମଲା କଇଁଛ ସମୁଦ୍ର ଭାସି ଆସୁଛି ନା ବେଳାଭୂମିକୁ କଇଁଛ ଗୁଡିକ ଜୀବିତ ଅବସ୍ଥାରେ ଆସି ବିଲୁଆ କୁକୁରଙ୍କ ଆହାର ପାଲଟୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ସେଠାରେ କୋଷ୍ଟ ଗାର୍ଡ ନିୟୋଜିତ ଅଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ।

The post ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର appeared first on Dharitri Odia News.