CBSE ପରୀକ୍ଷାରେ ରାମକୃଷ୍ଣ ବିଦ୍ୟାମନ୍ଦିରର ପାଇଁ ସଫଳତା: ବିଶାଳଲକ୍ଷ୍ମୀ ଟପ୍ପର
କୋରାପୁଟ,୧୩।୫(ଅମିତାଭ ବେହେରା): ସିବିଏସ୍ଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କୋରାପୁଟସ୍ଥିତ ରାମକୃଷ୍ଣ ବିଦ୍ୟାମନ୍ଦିରର ଶତ ପ୍ରତିଶତ ଛାତ୍ରୀଛାତ୍ର ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ଉକ୍ତି ବିଦ୍ୟାଳୟର ଛାତ୍ରୀ ବିଶାଳଲକ୍ଷ୍ମୀ ଜେଠୀ ୯୫ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପ୍ପରସ୍ଥାନ ହାସଲ କରିଥିବାବେଳେ, ଛାତ୍ର ଜ୍ୟୋତି ଆଦିତ୍ୟ ବାହାଳିଆ ୮୦ ପ୍ରତିଶତ ମାର୍କ ରଖି ଦ୍ୱତୀୟ ସ୍ଥାନରେ ରହଛନ୍ତି। ଅନ୍ୟପକ୍ଷେ, ଛାତ୍ର ଅଖିଳେଶ କୁମାର ବେହେରା ୭୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ […] The post CBSE ପରୀକ୍ଷାରେ ରାମକୃଷ୍ଣ ବିଦ୍ୟାମନ୍ଦିରର ପାଇଁ ସଫଳତା: ବିଶାଳଲକ୍ଷ୍ମୀ ଟପ୍ପର appeared first on Dharitri Odia News.
କୋରାପୁଟ,୧୩।୫(ଅମିତାଭ ବେହେରା): ସିବିଏସ୍ଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କୋରାପୁଟସ୍ଥିତ ରାମକୃଷ୍ଣ ବିଦ୍ୟାମନ୍ଦିରର ଶତ ପ୍ରତିଶତ ଛାତ୍ରୀଛାତ୍ର ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ଉକ୍ତି ବିଦ୍ୟାଳୟର ଛାତ୍ରୀ ବିଶାଳଲକ୍ଷ୍ମୀ ଜେଠୀ ୯୫ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପ୍ପରସ୍ଥାନ ହାସଲ କରିଥିବାବେଳେ, ଛାତ୍ର ଜ୍ୟୋତି ଆଦିତ୍ୟ ବାହାଳିଆ ୮୦ ପ୍ରତିଶତ ମାର୍କ ରଖି ଦ୍ୱତୀୟ ସ୍ଥାନରେ ରହଛନ୍ତି।
ଅନ୍ୟପକ୍ଷେ, ଛାତ୍ର ଅଖିଳେଶ କୁମାର ବେହେରା ୭୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ପାଇଁ ସୁନାମ ଆଣିଦେଇଛନ୍ତ। ଚଳିତ ବର୍ଷ ପ୍ରଥମ କରି ବିଦ୍ୟାଳୟର ପ୍ରଥମ ବ୍ୟାଚରେ ୧୮ ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷା ଦେଇ ଥିବା ବେଳେ ଶତପ୍ରତିଶତ କୃତକାର୍ଯ୍ୟ ହୋଇଥିବା ସ୍କୁଲର ଅଧ୍ୟକ୍ଷା ତପସ୍ବିନୀ ମହାପାତ୍ର ପ୍ରକାଶ କରିଛନ୍ତି।
The post CBSE ପରୀକ୍ଷାରେ ରାମକୃଷ୍ଣ ବିଦ୍ୟାମନ୍ଦିରର ପାଇଁ ସଫଳତା: ବିଶାଳଲକ୍ଷ୍ମୀ ଟପ୍ପର appeared first on Dharitri Odia News.