OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ…
ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା ଠୁ ଅଧିକ ପ୍ରଚାର ପ୍ରସାର ହେଇଗଲା। ଏଇଟା ବି ମଧ୍ୟ ଗୋଟେ ନୂଆ ବାହାଘର ପରେ ସମସ୍ତଙ୍କର ପାରିବାରିକ ଜୀବନ ଯେମିତି ରହିବ ମୋର ବି ସେମିତି ରହିବ ବୋଲି କହିଛନ୍ତି ମାହାଙ୍ଗା ବିଧାୟକ ସାରଦା […] The post OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ… appeared first on Dharitri Odia News.
ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା ଠୁ ଅଧିକ ପ୍ରଚାର ପ୍ରସାର ହେଇଗଲା। ଏଇଟା ବି ମଧ୍ୟ ଗୋଟେ ନୂଆ ବାହାଘର ପରେ ସମସ୍ତଙ୍କର ପାରିବାରିକ ଜୀବନ ଯେମିତି ରହିବ ମୋର ବି ସେମିତି ରହିବ ବୋଲି କହିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ।
କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହୋଇଛି। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ ୫୦ ଜଣ ଉଦୟପୁରରେ ପହଞ୍ଚିଥିଲେ।
ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ। ପରେ ୨୦୨୩ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି । ସାରଦା(୪୮) ଆଉ ବିବାହ କରିବେ ନାହିଁ ବୋଲି ମାହାଙ୍ଗାରେ ଆଲୋଚନା ହେଉଥିଲା।ବେଳେ ୨୭ବର୍ଷୀୟା ଓଏଏସ ସିପ୍ରାଙ୍କ ହାତ ଧରିଛନ୍ତି।
The post OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ… appeared first on Dharitri Odia News.